Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାହାକୁ ଖାତିର ନାହିଁ, ରାତି ହେଲେ ବାଲି ଚୋରି କରିବାକୁ ବାହାରିଲେ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କାହାକୁ ଖାତିର ନାହିଁ, ରାତି ହେଲେ ବାଲି ଚୋରି କରିବାକୁ ବାହାରିଲେ !

ରାତି ଅଧରେ ବାଲିମାଫିଆଙ୍କ ବେଧଡ଼କ ବାଲିଚାଲାଣ । ଟ୍ରାକ୍ଟର, ହାଇୱାରେ ଜେସିବି ମେସିନ ଲାଗି ଉଠୁଛି ବାଲି । କହିବାକୁ କେହି ନାହିଁ, ଦେଖିବାକୁ କେହି ନାହିଁ । ସରକାରୀ ନୀତି ନିୟମକୁ ଫୁ' କରି ଉଠୁଛି ବାଲି । ପୋଲିସ ଅଧିକାରୀ ବି ନୀରବଦ୍ରଷ୍ଟା ।

ଦେଖିବାକୁ ଗଲେ ବାଲିମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ମହାନଦୀ, ଚିତ୍ରୋତ୍ପଳା ବିରୂପା ଅବବାହିକା । ରାଜ୍ୟ ସରକାର ବାଲିମାଫିଆଙ୍କ ବିରୁଦ୍ଧରେ କଠୋର ନୀତି ଆପଣାଉଛନ୍ତି । ଏତିକି ବେଳେ କଟକ ଜିଲ୍ଲାର ସାଲେପୁର, କିଶନ ନଗର ଦୁଇଟି ତହସିଲ ଥାନା ଅଧିନସ୍ତ ଅଞ୍ଚଳରରେ ମହାନଦୀ, ଚିତ୍ରୋତ୍ପଳା, ବିରୂପା ଅବବାହିକାରୁ ଦିନ, ରାତି ଜେସିବି ଲଗାଇ ନଦୀରୁ ହାଇୱା, ଟ୍ରାକ୍ଟରରେ ବାଲି ଚାଲାଣ ହେଉଛି। ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କଲେ ମଧ୍ୟ ବାଲି ମାଫିଆଙ୍କ ବିରୋଧରେ ହେଉନି କାର୍ଯ୍ୟାନୁଷ୍ଠାନ ।

ବାଲି ମାଫିଆମାନେ ଜେସିବି ଦ୍ୱାରା ରାତି ଅଧରେ ଟ୍ରାକ୍ଟର, ହାଇୱାରେ ନଦୀ ପଠାରୁ ବାଲି ଉଠାଇ ଚୋରା ଚାଲାଣ କରୁଛନ୍ତି। ନଦୀଗର୍ଭରୁ ଜେସିବି ଲଗାଇ ଉଠାଉଛନ୍ତି ବାଲି । ଖୁଲମଖୁଲା ବାଲି ଚୋରି । ଆଇନ ତା ବାଟରେ, ବାଲି ମାଫିଆ ସେମାନଙ୍କ ବାଟରେ । କଟକ ଜିଲ୍ଲା ସାଲେପୁର କିଶୋରନଗର ଥିବା ମହାନଦୀ, ଚିତ୍ରୋତ୍ପଳା, ବିରୂପା ନଦୀରୁ ଏମିତି ଚୋରାଚାଲାଣ ହେଉଛି ବାଲି ।

ସ୍ବର ଉତ୍ତୋଳନ କଲେ ମିଳୁଛି ଧମକ । ବାରଦା, ହୋଲିପୁରର ଗିରିଧାରୀ ଗଡ଼ା, କୁରୁଳି, ଉଦୟପୁର, ମୄକୁଣ୍ଡି ଆଦି ଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି । ପୋଲିସ ଓ ଖଣି ଅଧିକାରୀ ସବୁ ଦେଖି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ଲୋକେ ।

ଅନେକ ସ୍ଥାନରେ ସରକାରୀ ବାଲି ଘାଟ ସରକାର ନିଲାମ୍ କରିଛନ୍ତି । ହେଲେ ସରକାରୀ ନୀତି ନିୟମ ବାହାରକୁ ଯାଇ ନିଲାମଧାରୀମାନେ ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଛି । ନଦୀରୁ ହାତରେ ବାଲି ଉତ୍ତୋଳନ ପାଇଁ ନିଲାମ ଧାରୀମାନେ ପାଇଛନ୍ତି ସରକାରୀ ସ୍ବୀକୃତି । ହେଲେ ବାଲି ଉଠା ଯାଉଛି ଜେସିବି ମେସିନ୍ ଲଗାଇ । ଦେଖିବାକୁ କେହି ନାହିଁ କହିବାକୁ କେହି ନାହିଁ।

ଏବେ କିନ୍ତୁ ବାଲି ମାଫିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ରାଜ୍ୟ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sand Mafia does not care local administration | Argus News