Sand Mafia / ଖୋଲୁଛି ବାଲି ମାଫିଆଙ୍କ ପୋଲ୍

Key Points
ଅର୍ଗସ ହାତରେ ଏକ୍ସକ୍ଲୁସିଭ୍ ଦସ୍ତାବିଜ୍
ମାଫିଆ ଲୁଟୁଥିଲେ, ଆଖିବନ୍ଦ କରିଦେଇଥିଲେ ଖଣି ଅଧିକାରୀ
ଜଗତସିଂହପୁରରେ କୋଟି କୋଟି ଟଙ୍କାର ବାଲିଚୋରିରରେ ଖଣି ଅଧିକାରୀଙ୍କ ସଂପୃକ୍ତି ଅଭିଯୋଗ
ବାଲି ମାଫିଆଙ୍କ ସହ ଖଣି ଅଧିକାରୀଙ୍କ ନେକ୍ସସର ବଡ଼ ଖୁଲାସା । ଜଗତସିଂହପୁରରେ କୋଟି କୋଟି ଟଙ୍କାର ବାଲିଚୋରିରରେ ଖଣି ଅଧିକାରୀଙ୍କ ସଂପୃକ୍ତି ଅଭିଯୋଗ । ଖଣି ବିଭାଗକୁ ଜଗସିଂହପୁର ଜିଲ୍ଲାପାଳଙ୍କ ଚିଠି ଖୋଲିଦେଲା ପୋଲ୍ । ଯାଜପୁର ଡିଡିଏମ୍ ଓ ଜଗତସିଂହପୁର ମାଇନିଂ ଅଫିସରଙ୍କ ବିରୋଧରେ ଆକସନ୍ ସୁପାରିଶ ।
ଯାଜପୁର ଖଣି ବିଭାଗ ଉପନିର୍ଦ୍ଦେଶକ ଜୟ ପ୍ରକାଶ ନାୟକ, ଜଗତସିଂହପୁର ମାଇନିଂ ଅଫିସର ସତୀଶ କୁମାର ତରେଇ। ଏମାନଙ୍କ ନାଁରେ ବାଲିମାଫିଆଙ୍କ ସହ ନେକ୍ସସର ବଡ଼ ଅଭିଯୋଗ । ଉଭୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଖଣି ବିଭାଗକୁ ଜଗତସିଂହପୁର ଜିଲ୍ଲାପାଳ ଲେଖିଛନ୍ତି ଚିଠି । ଚିଠି ହିଁ ଖୋଲିଦେଇଛି କେଳେଙ୍କାରୀରର ପୋଲ୍ ।
୨୫ ନଭେମ୍ବରରେ ଜଗତସିଂହପୁର କିଲିପାଳରେ ରେଡ୍ କରି ଜିଲ୍ଲା ପ୍ରଶାସନ ଓ ପୋଲିସ, ୪୬ଟା ହାଇୱା ଜବତ ହେଲା । ଡିସେମ୍ବରେ ୧୧ରେ ଜୟପୁରରେ ପୁଣି ରେଡ୍ କରି ପୋଲିସ ପ୍ରଶାସନ ଜବତ କଲା ୨୨ ହାଇୱା । ହେଲେ ଏନେଇ ଯାଜପୁର ଖଣି ଉପନିର୍ଦ୍ଦେଶକ ଯିଏ କି ଜଗତସିଂହପୁର ଦାୟିତ୍ଵରେ ଅଛନ୍ତି ତାଙ୍କୁ ଜଣାଯାଇନଥିଲା, ଜଗତସିଂହପୁର ମାଇନିଂ ଅଫିସରଙ୍କୁ ବି ରଖାଯାଇଥିଲା ଅନ୍ଧାରରେ ।
କାରଣ ଏ ଦୁଇ ଅଫିସର ଜିଲ୍ଲା ପ୍ରଶାସନ ଓ ପୋଲିସର ଥିଲେ ସନ୍ଦେହ ଘେରରେ । ବାରମ୍ବାର ଚୋରା ବାଲି ଚୋରାଚାଲାଣ ନେଇ ଡିଡିଏମ୍ ଯାଜପୁରଙ୍କୁ ଅବଗତ କରାଯାଇଥିଲେ ବି ଥରେ ବି ରେଡ୍ କରିନଥିଲେ ଜୟ ପ୍ରକାଶ ନାୟକ । ସୋ କଜର ଉତ୍ତର ବି ଦେଇନଥିଲେ ଉଭୟ ଜୟପ୍ରକାଶ ଓ ମାଇନିଂ ଅଫିସର ସତୀଶ କୁମାର ତରେଇ। କାମରେ ଅବହେଳା, ସିନିୟରଙ୍କ ନିର୍ଦ୍ଦେଶକୁ ଅବମାନନା, ବାଲି ମାଫିଆଙ୍କ ସହ ନେକ୍ସସ, ରାଜସ୍ବହାନୀର ଅଭିଯୋଗ ନେଇ ଉଭୟ ଜୟ ପ୍ରକାଶ ଓ ସତୀଶଙ୍କ ବିରୋଧରେ ଦୃଢ ଆକସନ୍ ପାଇଁ ଚିଠି ଲେଖିଛନ୍ତି ଜଗତସିଂହପୁର ଜିଲ୍ଲାପାଳ, ଏନେଇ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଜଗତସିଂହପୁର ଜିଲ୍ଲାପାଳ।
ପୂର୍ବରୁ ରେଡ୍ ପାଇଁ, ମନିଟରିଂ ପାଇଁ ନିର୍ଦ୍ଦେଶ ଥିଲେ ବି କାହିଁକି ମାନିନଥିଲେ ଉଭୟ ଖଣି ଅଧିକାରୀ, କିଏ ଏମାନଙ୍କୁ ଦେଉଥିଲା ସାହସ, ଏବେ ଏମାନଙ୍କ ବିରୋଧରେ ହେବ ତ ଆକସନ୍ ବେଆଇନ୍ ବାଲିଚାଲାଣରୁ କୋଟି କୋଟି ଟଙ୍କାର ଆୟ, ସରକାରଙ୍କ ରାଜସ୍ଵାହାନୀ, ତା ଭିତରେ ଖଣି ଅଧିକାରୀଙ୍କ ସଂପୃକ୍ତି ଅଭିଯୋଗ, ବଡ଼ ପ୍ରଶ୍ନ ସୃଶ୍ଟି କରିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories