Videos
|
Odisha

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ା ପ୍ରସ୍ତୁତି ଅନୁଧ୍ୟାନ

Rashmita Mishra
Browse all articles by Rashmita Mishra
·1 year ago
କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ା ପ୍ରସ୍ତୁତି ଅନୁଧ୍ୟାନ

ଅର୍ଗସ ବ୍ୟୁରୋ: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ା ପ୍ରସ୍ତୁତି ଅନୁଧ୍ୟାନ । ଗର୍ଭଗୃହରୁ ବାଲି କାଢ଼ିବାର ପ୍ରସ୍ତୁତି ଅନୁଧ୍ୟାନ କଲେ ASIର ୧୫ଜଣିଆ ଟିମ୍ । କିଭଳି ଭାବେ ସୂର୍ଯ୍ୟ ମନ୍ଦିରକୁ ସୁରକ୍ଷା ଦିଆଯିବ ସେନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି । ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବା ନେଇ ନିଷ୍ପତ୍ତି ପରେ ଗତ ସେପ୍ଟେମ୍ବର ମାସ ୨୦୨୨ ମସିହାରୁ ଏଏସଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ତିନି ବର୍ଷ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ହେଲେ ଏହା ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଥିବା ବେଳେ ଆଜି ଏଏସଆଇର ୧୫ ଜଣିଆ ବିଶେଷଜ୍ଞ ଦଳ ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। କିପରି ବାଲି କଢ଼ାଯିବ ଏବଂ କେମିତି ମନ୍ଦିରରେ କୌଣସି ପ୍ରଭାବ ପଡିବ ନାହିଁ ସେଥିପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sand mining preparation study from Konark Sun Temple | Argus News