ପୂର୍ବ ବିଜେଡି ସରକାରରେ ସୁରକ୍ଷା ଅଭାବରୁ ବଢିଛି ଚନ୍ଦନ ତସ୍କରୀ

Key Points
ଗଜପତିରେ ଲୋପ ପାଇବାକୁ ବସିଲାଣି ବିରଳ ରକ୍ତ ଚନ୍ଦନ କାଠ
ଦୁର୍ମୂଲ୍ୟ ଗଛ କାଟି ନେଇ ଜଙ୍ଗଲ ଲଣ୍ଡା କରିଦେଲେଣି କାଠ ଦସ୍ୟୁ
୧୨ ହଜାର ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଥିଲେ ପାରଳା ମହାରାଜ
ଏବେ ଆଉ ମାତ୍ର ୧୦୦୩ଟି ଗଛ ରହିଥିବା କହୁଛି ବନବିଭାଗ ତଥ୍ୟ
ପୂର୍ବ ବିଜେଡି ସରକାରରେ ସୁରକ୍ଷା ଅଭାବରୁ ବଢିଛି ଚନ୍ଦନ ତସ୍କରୀ
ଅର୍ଗସ ବ୍ୟୁରୋ: ଚନ୍ଦନ କାଠ ଉପରେ ଦସ୍ୟୁଙ୍କ ଲୋଲୁପ ଦ୍ରୁଷ୍ଟି । ଦିନ ଥିଲା `ରକ୍ତ ଚନ୍ଦନ' ଗଛରେ ଭରପୂର ଥିଲା ଗଜପତି ଜିଲ୍ଲା । ଏବେ କିନ୍ତୁ କାଁ ଭାଁ ଗଛ ରହିଛି । ପୁରା ଜଙ୍ଗଲ କାଟି ସଫା କରିଦେଲେଣି ମାଫିଆ । ବହୁ ମୂଲ୍ୟ ରେଡ୍ ସ୍ୟାଣ୍ଡଲ୍ ବିଦେଶକୁ ଚାଲାଣ କରି କୋଟି କୋଟି ଟଙ୍କା କମାଇ ହେଉଛନ୍ତି ମାଲେମାଲ୍। ଜିଲ୍ଲାର ଗୋଷାଣି ବ୍ଳକର ଲାବାଣ୍ୟଗଡ ଏବଂ ଗୁମ୍ମା ବ୍ଲକର ନାମନଗଡ ଅଞ୍ଚଳରେ ବେଧଡ଼କ ଚାଲିଛି ଚନ୍ଦନ କାଠ ଚୋରି । ଦୁର୍ମୂଲ୍ୟ ଜଙ୍ଗଲକୁ ସୁରକ୍ଷା ଦେବାରେ ବିଫଳ ବନବିଭାଗ ।
ଔଷଧୀୟ ଗୁଣରେ ଭରପୁର ରକ୍ତ ଚନ୍ଦନ ଗଛର ସ୍ବତନ୍ତ୍ର ବଣ ସୃଷ୍ଟି କରିବା ଦିଗରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରୁ ରକ୍ତ ଚନ୍ଦନ ଗଛ ସଂଗ୍ରହ କରି ପାରଳାଖେମୁଣ୍ଡି ନିକଟରେ ବଣ ସୃଷ୍ଟି କରିଥିଲେ ପାରଳାଖେମୁଣ୍ଡି ମହାରାଜା । ସମୟ କ୍ରମେ ଏହା ବନ ବିଭାଗ ଅଧୀନକୁ ଆସିଲା । ଏବେ ଏହା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ମହେନ୍ଦ୍ରଗିରି ଏବଂ ଦେବଗିରି ବନାଅଞ୍ଚଳ ଅଧୀନରେ ରହିଛି ।
📱 Get Argus News App
✨ଏହି ଗଛର ଚାହିଦା ଜଣାପଡିବା ପରେ ୧୯୯୦ ବେଳକୁ ତସ୍କରୀ ଆରମ୍ଭ ହୋଇଥିଲା । ଗତ ୩୩ବର୍ଷ ଧରି ଏହି ବଣରୁ ଗଛ ଚୋରି ହୋଇଚାଲିଛି । କୁହାଯାଉଛି. ପ୍ରାୟ ୧୨ ହଜାର ଗଛ ଲଗାଇ ବଣ ସୃଷ୍ଟି କରିଥିଲେ ପାରଳା ମହାରାଜ । ସେଥି ମଧ୍ୟରୁ ଏବେ ମାତ୍ର ୧୦୦୩ଟି ଗଛ ହିଁ ରହିଥିବା ବନ ବିଭାଗ ତଥ୍ୟରୁ ସ୍ପଷ୍ଟ ହୋଇଛି ।