Videos
|
Odisha

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

Rashmita Mishra
Browse all articles by Rashmita Mishra
·1 year ago
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ଅର୍ଗସ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା ।  ଆସନ୍ତା ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ପଦରେ ସେ କାର୍ଯ୍ୟ କରିବେ । ଗତ ଡିସେମ୍ବର ୯ ତାରିଖରେ କେନ୍ଦ୍ର ସରକାର ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରିଥିଲେ।  ଆରବିଆଇ ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି । ସଂଜୟ ମାଲହୋତ୍ରା ଶକ୍ତି , ଅର୍ଥ, ଆଇଟି, ଟ୍ୟାକ୍ସ, ମାଇନ୍ସ ବିଭାଗରେ ଅଭିଜ୍ଞତା ସହ ୩୩ ବର୍ଷ କାର୍ଯ୍ୟ କରିଛନ୍ତି। ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡର ଆଇଏଏସ୍‌ ଅଫିସର ସଞ୍ଜୟ ମାଲହୋତ୍ରା ରାଜସ୍ବ ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ ।  ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ ଶକ୍ତିକାନ୍ତ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sanjay Malhotra takes charge as the 26th Governor of Reserve Bank of India | Argus News