Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ୱିନ ସିଟିର ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା

Smruti Parija
Browse all articles by Smruti Parija
·2 years ago·1 min read
ଟ୍ୱିନ ସିଟିର ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା

ଭୁବନେଶ୍ୱର: ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ପଣ୍ଡା । ପୂର୍ବତନ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି । 1994 ବ୍ୟାଚର ଆଇପିଏସ ସଞ୍ଜୀବ ପଣ୍ଡା ଟ୍ୱିନ ସିଟିର ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ।

ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରିତକ୍ରିୟାରେ କହିଛନ୍ତି ଯେ, ମୁଁ ଆଜି ଟ୍ୱଇନ ସିଟି କଟକ ଏବଂ ଭୁବନେଶ୍ୱରର ପୁଲିସ କମିଶନର ଭବେ ଦାୟିତ୍ୱ ଗ୍ରହଣ କଲି । ଏବଂ ମୁଁ ଆଶା କରୁଛି ଆମ ସହରବାସୀ ପୁଲିସକୁ ତାର କାର୍ଯ୍ୟ କରିବାରେ ସହଯୋଗ କରିବେ । ଲୋକଙ୍କ ସହାୟତାରେ ଆମେ କମିଶନର ପୁଲିସକୁ ଆଗକୁ ନେବୁ । 

ଆମ ପାଖରେ ଅନେକ ଚ୍ୟାଲେଞ୍ଜ ରହିଛି । ନିର୍ବାଚନ ମଧ୍ୟ ଆଗକୁ ଅଛି । ଏବେ ଠାରୁ ସବୁ ପ୍ରସ୍ତୁତି କରିବାକୁ ପଡିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ 5T ଏବଂ ମୋ ସରକାରର ଆମେ ସବୁ ପ୍ରକାର ଅନୁପାଳନ କରିବୁ । ପୁଲିସ କେମିତି ଜନସାଧାରଣଙ୍କ ନିକଟତର ହେବ । ଭଲ ସେବା ଯୋଗାଇ ଦେବ ସେ ପାଇଁ ଆମେ ଧ୍ୟାନ ଦେବୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅପରାଧ ନିରାକରଣ, ଟ୍ରାଫିକ ଡିଉଟି, ଏବଂ ସାଇବର କ୍ରାଇମ ଏବେ ବହୁତ ମାତ୍ରରେ ଦେଖାଯାଉଛି । ମହିଳା, ଶିଶୁ , ଅନୁସୂଚିତ ଜାତି, ଜନଜାତି ଯାହା ସମସ୍ୟା ରହିଛି ତାହା ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ପୋଲିସ କମିଶନର ।

ଆଇପିଏସ ସ୍ତରରେ ବଡ ଅଦଳବଦଳ : ୬ ଜିଲ୍ଲାକୁ ମିଳିଲେ ନୂଆ ଏସପି


 

Sponsored
Sanjeev Panda, the new police commissioner of the Twin Cities | Argus News