Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ ଦାୟିତ୍ୱରେ ପାଣ୍ଡିଆନଙ୍କ ଅତି ଘନିଷ୍ଠ ଚାନ୍ଦା ମାମା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନବୀନଙ୍କ ଦାୟିତ୍ୱରେ ପାଣ୍ଡିଆନଙ୍କ ଅତି ଘନିଷ୍ଠ ଚାନ୍ଦା ମାମା

ଅର୍ଗସ ବ୍ୟୁରୋ:  25 ବର୍ଷ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ପରାଜୟ ପରେ ଏବେ ଅଣ୍ଟାସଳଖ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଆଉ ରଥଯାତ୍ରାରେ ସଙ୍ଗଠନର ନବ କଳେବର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ପ୍ରଥମଥର ପାଇଁ ରାଜନୈତିକ ସଚିବ ଭାବେ କଟକରୁ ଲୋକସଭା ଆସନ ଲଢି ପରାସ୍ତ ହୋଇଥିବା ବଡ କର୍ପୋରେଟ ଜଗତରୁ ଆସିଥିବା ସଂତୃପ୍ତ ମିଶ୍ରଙ୍କୁ ଦଳ ଦେଇଛି ଗୁରୁ ଦାୟିତ୍ୱ । ବିଜେଡିର କ୍ଷମତାକେନ୍ଦ୍ର ଥିବା ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ଡାହାଣ ହାତ କୁହାଯାଉଥିବା ଶହଶହ କୋଟିର ମାଲିକ ସଂତୃପ୍ତ ମିଶ୍ରଙ୍କୁ ଦଳ ଦେଇଛି ଗୁରୁଦାୟିତ୍ୱ । ଆଉ ଏବେ ଖୋଦ୍ ବିଜେଡି ଦଳ ଭିତରେ ଚର୍ଚ୍ଚା ଚାନ୍ଦା ମାମା ଉପରେ ବିଜେଡିର ଗୁରୁ ଦାୟିତ୍ୱ ।

ନଜର ପକାନ୍ତୁ ସଂତୃପ୍ତ ମିଶ୍ରଙ୍କ ସମ୍ପତ୍ତି ତାଲିକା ଉପରେ । ନିଜ ସତ୍ୟପାଠରେ ସେ କୋଟି କୋଟି ଟଙ୍କାର ମାଲିକ ବୋଲି ଦର୍ଶାଇଛନ୍ତି । ଆଉ ଏଡିଆର୍ ରିପୋର୍ଟ କହୁଛି ତାଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତିର ମୂଲ୍ୟ 482 କୋଟିରୁ ଅଧିକ ଟଙ୍କା । ଆଉ ଥରେ ନଜର ପକାନ୍ତୁ ତାଙ୍କର ସମ୍ପତ୍ତି ତାଲିକା ଉପରେ। ଆଉ ବିଜେଡି ଦଳ ଭିତରେ ଚର୍ଚ୍ଚା ଅନୁସାରେ ଦଳ ପାଇଁ କୋଟି କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଥିବା ହେତୁ ତାଙ୍କୁ ମିଳିଛି ଏଭଳି ଗୁରୁ ଦାୟିତ୍ୱ। ବିଜେଡି ତାର ସଙ୍ଗଠନର ନବୀକରଣ ଆରମ୍ଭ କରିଛି । ଦଳର ସଙ୍ଗଠନ ସମ୍ପାଦକ ଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କୁ ସାଇଡ୍ କରି ଦଳ ଏବେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ସଂତୃପ୍ତ ମିଶ୍ରଙ୍କ ଉପରେ ଭରଷା କରିଛି । ସେପଟେ ଦଳର ମୁଖପାତ୍ର ତାଲିକାରେ ପୁରୁଖା , ଓ ଯୁବ ନେତାଙ୍କୁ ସାମିଲ କରି ଦଳରେ ଚାଲିଥିବା ଅସନ୍ତୋଷକୁ ପ୍ରଶମନ କରିବାରେ ଚେଷ୍ଟା କରିଛନ୍ତି ଦଳର ସଭାପତି ନବୀନ ବାବୁ ।

ସେପଟେ ଦଳ ଗୋଟିଏ ପଟେ ସଙ୍ଗଠନ ସଜାଡି ଅଣ୍ଟାସଳଖି ଛିଡା ହେବାପାଇଁ ଚେଷ୍ଟା କରୁଥିବା ବେଳେ ଦଳରେ କିନ୍ତୁ ବିଦ୍ରୋହ ଉଗ୍ରରୂପ ଧାରଣ କରିଛି । ପ୍ରଭାତ ବିଶ୍ୱାଳଙ୍କ ପରେ ମୂଷା ଉପାଖ୍ୟାନ କଥା କହି ଚର୍ଚ୍ଚାକୁ ଆସିଥିଲେ ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ଆଉ ଦଳର ଏପରି ସମୟରେ ଏପରି କହିବାକୁ ନାପସନ୍ଦ କରିବା ସହ ପାଣ୍ଡିଆନ୍ ଓ ବବିଙ୍କ ସପକ୍ଷରେ ବାହାରିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ଆଉ କହିଛନ୍ତି  ପ୍ରଭାତ ବିଶ୍ୱାଳ ବୋଧେ ବିଜେପି ଆଢେ ଢଳୁଛନ୍ତି। ପୁଣିଥରେ ବିଜେଡିରେ ଆକ୍ଟିଭ୍ ହେଉଛନ୍ତି୍ ପାଣ୍ଡିଆନ୍ ପନ୍ଥୀ । ଆଉ ଦଳକୁ ପୁରା କବଜାକୁ ନେବାପାଇଁ ଚାନ୍ଦା ମାମାଙ୍କୁ ଧରି ପାଣ୍ଡିଆନ୍ ଖେଳ ଆରମ୍ଭ କରିଦେଇଥିବା ଏବେ ସାଧାରଣରେ ଚର୍ଚ୍ଚା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Santrupta Mishra was Pandian's right-hand man | Argus News