Santrupta Mishra Oath Row / ସଂତୃପ୍ତ ମିଶ୍ରଙ୍କ ସତ୍ୟପାଠକୁ ନେଇ ଉଠିଲା ପ୍ରଶ୍ନ, ସ୍ପଷ୍ଟୀକରଣ ଦାବି କଲା ବିଜେପି
·6 months ago·3 min read

Key Points
ସଂତୃପ୍ତ ମିଶ୍ରଙ୍କ ସତ୍ୟପାଠକୁ ନେଇ ଉଠିଛି ପ୍ରଶ୍ନ
ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳଙ୍କ ଏକ୍ସ ପୋଷ୍ଟ
ସଂତୃପ୍ତ ମିଶ୍ର "Biju Naveen Inspirational Foundation" ବିଷୟରେ ତଥ୍ୟ ଦେଇନାହାନ୍ତି

ବିଜୁ ଜନତା ଦଳର ରାଜ୍ୟସଭା ପାର୍ଥି ସଂତୃପ୍ତ ମିଶ୍ର ଦାଖଲ କରିଥିବା ସତ୍ୟପାଠକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ବିଜେଡି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର "Biju Naveen Inspirational Foundation" ବିଷୟରେ କିଛି ତଥ୍ୟ ଦେଇନାହାନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଶ୍ରୀ ମିଶ୍ର Biju Naveen Inspirational Foundation ର ସମ୍ପାଦକ ଅଛନ୍ତି । ଯଦି ଏହା ସତ୍ୟ ହୋଇଥାଏ ଏବଂ ଶ୍ରୀ ମିଶ୍ର ଏହାକୁ ଲୁଚାଇଥିବେ ତାହେଲେ ତାଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବ ଏବେ ସଙ୍କଟରେ । ଯଦି ବି ସେ ଜିତନ୍ତି ତାହେଲେ ବି ତାଙ୍କ ପଦ ଚାଲିଯିବ ।
ନିର୍ବାଚନ ସତ୍ୟପାଠରେ ବ୍ୟାଙ୍କ, ସମ୍ପତ୍ତି, ଅପରାଧିକ ମାମଲା ସହିତ NGO, Trust ବିଷୟରେ ମଧ୍ୟ ତଥ୍ୟ ଦେବା ବାଧ୍ୟତାମୂଳକ । ଏନେଇ ସଂତୃପ୍ତ ମିଶ୍ର ସ୍ପଷ୍ଟୀକରଣ ଦେବା ଆବଶ୍ୟଳ । ସେ କାହିଁକି ସେହି ଟ୍ରଷ୍ଟ ବିଷୟରେ ତଥ୍ୟ ଲୁଚାଇବା ପାଇଁ ଚାହୁଁଥିଲେ ଏବଂ କଣ ଏହା ପଛର ଉଦ୍ଦେଶ୍ୟ? ବୋଲି ପ୍ରଶ୍ନ କରିଛନ୍ତି ଅନିଲ।
Representation of the People Act, 1951 2 Section 125A ଅନୁସାରେ ଯଦି ନିର୍ବାଚନ ସତ୍ୟପାଠରେ କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥାନ୍ତି ବା ତଥ୍ୟ ଲୁଚାଇଥାନ୍ତି ତାହେଲେ ତାଙ୍କ ନାମାଙ୍କନ ପତ୍ର ନାକଚ ହେବ ଏବଂ ଏହାକୁ ଅଦାଲତରେ ମାମଲା କରାଯାଇ ପାରିବ I ଦୋଷ ପ୍ରମାଣିତ ହେଲେ ପଦ ଚାଲିଯିବା ସହିତ 6 ମାସର ଜେଲ ଦଣ୍ଡ ପ୍ରାବଧାନ ରହିଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ।
ସେପଟେ ବିଜେଡି ସମ୍ପତ୍ତି ହଡ଼ପ ପାଇଁ ଦିଲ୍ଲୀରେ ସାଂଘାତିକ ଷଡ଼ଯନ୍ତ୍ର ହେଉଛି। ବିବାଦ ଘେରରେ ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ, ସୋସିଆଲ୍ ମିଡିଆ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନର ପ୍ରେସିଡେଣ୍ଟ ଭି. କାର୍ତ୍ତିକେୟନ ପାଣ୍ଡିଆନ, ସେକ୍ରେଟାରୀ ସଂତୃପ୍ତ ମିଶ୍ର ଓ ଟ୍ରଷ୍ଟି ଅଶୋକ ପରିଜା ଦିଲ୍ଲୀରେ ‘ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’ ଗଠନ କରି କୋଟି କୋଟି ଟଙ୍କାର ସମ୍ପତ୍ତିକୁ ନିଜ ମାଲିକାନାକୁ ନେବାକୁ ବଡ଼ ଷଡ଼ଯନ୍ତ୍ର କରିଛି କିଏ ? କେଉଁ କାରଣରୁ ଭଣ୍ଡ, ବସ୍ କଣ୍ଡକ୍ଟରକୁ ପ୍ରାର୍ଥୀ କରାଇଲେ, ବୁଝି ପାରୁଥିବେ ନିଶ୍ଚୟ । ସମସ୍ତଙ୍କ ଅଜାଣତରେ ଦିଲ୍ଲୀରେ ଏହି ଫାଉଣ୍ଡେସନ ଗଢ଼ି ବିଜେଡିର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସେଠାକୁ ସ୍ଥାନାନ୍ତର କରି ମାଲିକାନାକୁ ନିଜ ପାଖରେ ରଖିବା ପାଇଁ ଗୁପ୍ତ ବ୍ଲୁ-ପ୍ରିଣ୍ଟ କିଏ ଓ କାହିଁକି କରିଛି ? ଲୋକଙ୍କ ଦଳ ବୋଲି ବାଜା ବଜଉଥିବା ଦଳ, ନିଜ ଦଳର ନେତାଙ୍କୁ ଏ ବିଷୟରେ ଜଣାଇଛି ତ ? ନେତା ଏଠି ଟେଣ୍ଟ ବାନ୍ଧିବା ପାଇଁ ପ୍ରସ୍ତୁତ ରୁହନ୍ତୁ । କାରଣ ଆଗକୁ ସେଇମାନେ ନଚେଇବେ, ଯେଉଁମାନଙ୍କ ପାଖରେ ପାଣ୍ଠି ରହିବ । ଆଉ ଆପଣ ମାନେ ପୁଣି Sir Sir ହେଇ ରହିଯିବେ ବୋଲି ପୋଷ୍ଟ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶ୍ରୀମୟୀ ସୋସିଆଲ୍ ମିଡିଆରେ ଯେଉଁ ଦସ୍ତାବିଜ୍ ସେୟାର କରିଛନ୍ତି ସେଥିରେ ‘ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’ର ପ୍ରେସିଡେଣ୍ଟ ହେଉଛନ୍ତି ଭି. କାର୍ତ୍ତିକେୟନ ପାଣ୍ଡିଆନ । ସଂତୃପ୍ତ ମିଶ୍ର ସେକ୍ରେଟାରୀ ଏବଂ ଅଶୋକ କୁମାର ପରିଜା ହେଉଛନ୍ତି ଟ୍ରଷ୍ଟି ।
ସେପଟ ବିଜେଡିର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ଆଜକୁ ଠିକ୍ ୧୫ଦିନ ପୂର୍ବରୁ ପ୍ରଥମଥର ପାଇଁ ଦଳୀୟ ପାଣ୍ଠି ହଡ଼ପର ଅଭିଯୋଗ ଆଣିଥିଲେ। ସେଥିପାଇଁ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଦିଲ୍ଲୀରେ ଆକାଉଣ୍ଟ ଖୋଲାଯାଇ ଏହି ପାଣ୍ଠି ହଡ଼ପ କରାଯାଇଥିବା ଓ ସେଥିରେ ସନ୍ତୃପ୍ତ ମିଶ୍ରଙ୍କ ସମ୍ପୃକ୍ତିଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ ପ୍ରଭାତ।
ସେ ଆଜି ପୁଣିଥରେ ସେହି କଥାକୁ ଦୋହରାଇ କହିଛନ୍ତି ଯେ, ଦଳର ପ୍ରାୟ ୪ହଜର କୋଟି ଟଙ୍କାର ପାଣ୍ଠି କୁଆଡ଼େ ଗଲା, କିଏ ସେହି ଟଙ୍କାକୁ ହଡ଼ପ କରିଛି। ଯେଉଁମାନେ ଏହି ବିରାଟ ପରିମାଣର ଅର୍ଥ ହେରଫେର କରିଛନ୍ତି, ସେମାନଙ୍କୁ ପୁରସ୍କାର ସ୍ୱରୂପ ରାଜ୍ୟସଭା ପଠାଯାଉଛି। ସନ୍ତୃପ୍ତଙ୍କୁ ସିଧାସଳଖ ଆକ୍ଷେପ କରି ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସନ୍ତୃପ୍ତ ମିଶ୍ର କିଏ କ’ଣ ତାଙ୍କର ବିଜେଡି ପାଇଁ ଅବଦାନ? ଜୀବନତମାମ ଦଳ ପାଇଁ ରକ୍ତ ଝାଳ ବୁହାଇଥିବା ନିଷ୍ଠାପର କର୍ମୀଙ୍କୁ ଅଣଦେଖା କରି ଜଣେ କର୍ପୋରେଟ୍ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବା କର୍ମୀଙ୍କ ମୁହଁରେ ଶକ୍ତ ଚଟକଣା ନୁହେଁ ତ ଆଉ କ’ଣ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତ।

Related Topics
Explore more stories