Durga Puja Special / ସପ୍ତମୀ ପୂଜାରେ ଚର୍ଚ୍ଚିକାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

Key Points
ମା' ଚର୍ଚ୍ଚିକାଙ୍କ ପୀଠରେ ନବରାତ୍ରୀ ପୂଜାର ଆଜି ସପ୍ତମୀ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ଼
ଜଗତ ଜନନୀ ମା' ଚର୍ଚ୍ଚିକାଙ୍କ ପୀଠରେ ନବରାତ୍ର ପୂଜା ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ଚାଲିଛି ମା'ଙ୍କ ପୂଜା ଅର୍ଚ୍ଚନା। ସେଥିପାଇଁ ଚଳଚଞ୍ଚଳ ଶକ୍ତି ପୀଠ । ସମସ୍ତ ଶକ୍ତି ପୀଠ ଠାରୁ ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ବାଙ୍କୀ ସ୍ଥିତ ମା' ଚର୍ଚ୍ଚିକାଙ୍କ ପୀଠ। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା'ଙ୍କ ପୀଠରେ ଚାଲିବ ଶୋଳପୂଜା। ନବ ରାତ୍ର ପୂଜା ପାଇଁ ଭୋର୍ ଚାରିଟାରେ ମା' ଚର୍ଚ୍ଚିକାଙ୍କର ପହଡ଼ ଖୋଲାଯାଇ ମଙ୍ଗଳ ଆରତୀ କରାଯାଇ ମହାନଦୀରୁ ଶହେ ଆଠ ଗରାରେ ଜଳ ଅଣାଯାଇ ମା'ଙ୍କୁ ସ୍ନାନ କରାଯାଇ ସୂର୍ଯ୍ୟ ପୂଜା କରାଯାଇଥାଏ। ଏହାପରେ କଳସ ପୂଜା ଶେଷ ହେବା ପରେ ଦ୍ଵାରପାଳ ପୂଜା ଶେଷ ହେବା ପରେ ବଲ୍ଲଭ ଭୋଗ କରାଯାଇଛି।
ସପ୍ତମୀରେ ମା' ଆଜି କଳରାତ୍ରି ବେଶରେ ଭକ୍ତ ଦେଉଛନ୍ତି ଦର୍ଶନ। ଏହି ଦିନ ମାନଙ୍କରେ ଭକ୍ତ ମାନଙ୍କୁ ମା' ଚର୍ଚ୍ଚିକା ଦୈନିକ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି। ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ବହୁ ଦୂର ଦୂରାନ୍ତରରୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ ।ନବରାତ୍ରି ଅବସରରେ ଚଳଚଞ୍ଚଳ ଶକ୍ତି ପୀଠ। ଆଜି ପୀଠରେ ସପ୍ତମୀ ଥିବା ବେଳେ ମଣ୍ଡପେ ଷଷ୍ଠୀ ପୂଜା ପାଳିତ ହେଉଛି । ଆଜି ନବରାତ୍ର ପୂଜାର ସପ୍ତମ ଦିବସ ଏବଂ ଷୋଡ଼ଶ ଉପଚାର ପୂଜା ପନ୍ଦର ଦିନରେ ପହଞ୍ଚିଛି । ଆଜି ମା’ କାଳରାତ୍ରି ରୂପରେ ପୂଜା ପାଉଛନ୍ତି । ପ୍ରଥମେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ ପରେ ଆଜି ମା’ କାଳରାତ୍ରି ସ୍ୱରୂପରେ ଧରାପୃଷ୍ଠରେ ଦର୍ଶନ ଦେଉଛନ୍ତି । ମା’ ଆଜି ତ୍ରିନେତ୍ର ସହିତ ହାତରେ ଲୌହ ଖଡ଼ଗ ଓ ଖର୍ପର ଏବଂ ରାତ୍ରି ଅନ୍ଧକାର ସଦୃଶ୍ୟ କଳା ଶରୀର ଧାରଣ କରିବେ ।
📱 Get Argus News App
✨ପୁରାତନ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ଵରୀ । ପୀଠରେ ମହିମା ବେଶ ନିଆରା ଦଶହରା ସମୟରେ କରାଯାଉଥିବା ଷୋହଳ ପୂଜା ସବୁଠୁ ସ୍ବତନ୍ତ୍ର । ପ୍ରତିବର୍ଷ ଦଶହରା ସମୟରେ ମା’ ଙ୍କର ଷୋହଳ ପୂଜା କରାଯାଏ । ଚଳିତବର୍ଷ ମୂଳାଷ୍ଟମୀ ଠାରୁ ଖଣ୍ଡାଧୁଆ ନୀତି ଆରମ୍ଭ ହୋଇଥିଲା । ପ୍ରତିଦିନ ଯନ୍ତ୍ର-ତନ୍ତ୍ର-ମନ୍ତ୍ରରେ ପୂଜା ସହ ମା’ଙ୍କର ଷୋଡ଼ଶ ଉପଚାର କରାଯାଉଛି ଆଜି ହେଉଛି ମା’ଙ୍କ ସପ୍ତମୀ ପୂଜା । ଆଜି ସପ୍ତମୀ ଥିବା ବେଳେ ନବ ଦିନାତ୍ମକ ପୂଜା ପୀଠ ମାନଙ୍କରେ ମା’ଙ୍କୁ କାଳରାତ୍ରି ବେଶରେ ପୂଜା ପାଆନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories