ଫେବୃଆରୀ 2 ରେ ସରସ୍ବତୀ ପୂଜା; ଶ୍ରୀମନ୍ଦିର ପ୍ରଶାସନ

Key Points
ସରସ୍ବତୀ ପୂଜା ତାରିଖ ଦ୍ବନ୍ଦ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ: ସରସ୍ବତୀ ପୂଜା ତାରିଖ ଦ୍ବନ୍ଦ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖାଯାଇଛି । ଆସନ୍ତା ଫେବୃଆରୀ 2 ତାରିଖରେ ଶ୍ରୀମନ୍ଦିରରେ ସରସ୍ବତୀ ପୂଜା ଅନୁଷ୍ଠିତ ହେବା ସହ ସେହିଦିନ ତିନିରଥର ତିନୋଟି 12 ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ ।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପଞ୍ଜିକାରମାନଙ୍କ ସହ ପାଞ୍ଜି ସମୀକରଣ ବୈଠକର ନିଷ୍ପତ୍ତି ଆଧାରରେ ଆସନ୍ତା ଫେବୃଆରୀ 2 ତାରିଖରେ ସରସ୍ବତୀ ପୂଜା ହେବ । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସରସ୍ବତୀ ପୂଜା ଫେବୃଆରୀ 2 ତାରିଖରେ ହେବ ନା ଫେବୃଆରୀ 3 ତାରିଖରେ ହେବ, ସେନେଇ ବିଭିନ୍ନ ପଞ୍ଜିକାରେ ଭିନ୍ନଭିନ୍ନ ମତ ଥିବାରୁ ଦ୍ବନ୍ଦ୍ବ ଦେଖା ଦେଇଥିଲା ।
📱 Get Argus News App
✨ସରସ୍ୱତୀ ପୂଜା ନେଇ ବିଶେଷ କରି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବିଶେଷ ଉତ୍ସାହ ପରିଲିକ୍ଷିତ ହୋଇଥାଏ । ଏତିକିବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ସରସ୍ୱତୀ ପୂଜା ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।