Videos
|
Odisha

Ekta Diwas / ଆଜି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଆଜି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ
Ekta Diwas

Key Points

ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ….
ଏକତା ନଗରସ୍ଥିତ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ କଲେ ପୁଷ୍ପମାଲ୍ୟ ଅର୍ପଣ...
ସେପଟେ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ କେନ୍ଦ୍ର ଗୃହମନ୍ତ୍ରୀ

ଆଜି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ...ଏହି ଅବସରରେ ଗୁଜରାଟର ଏକତା ନଗର ଠାରେ ରାଷ୍ଟ୍ରୀୟ ଏକତା ଦିବସ ମହାସମାରୋହରେ ପାଳିତ ହେବ । 'ବନ୍ଦେ ମାତରମ୍' ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

'ଷ୍ଟାଚ୍ୟୁ ଅଫ୍ ୟୁନିଟି'ରେ ପୁଷ୍ପାଞ୍ଜଳି ଅର୍ପଣ ପରେ ପ୍ରଧାନମନ୍ତ୍ରୀ ୪୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାସହ ସେ 'ରେନ୍ ଫରେଷ୍ଟ' ଏବଂ 'ବାମନ ବୃକ୍ଷ ବାଟିକା' ପରିଦର୍ଶନ କରିବେ । ସେହିପରି ନକ୍ସଲ-ମୁକ୍ତ ଭାରତ ଉପରେ ସ୍ୱତନ୍ତ୍ର ପ୍ରଦର୍ଶନ ଏବଂ ୫ ହଜାର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବଷଣ କରାଯିବ ।

ସେପଟେ ରାଜଧାନୀରେ ପାଳିତ ହୋଇଛି ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀରେ ରାଷ୍ଟ୍ରୀୟ ଏକତା ଦିବସ । ଏହି ଅବସରରେ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଉଦ୍ଦେଶ୍ୟରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦଯାତ୍ରା ଆୟୋଜନ କରାଯାଉଛି । କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା ପଦଯାତ୍ରା ।

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପତାକା ଦେଖାଇ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଯୁବକ, କ୍ରୀଡ଼ାବିତ୍, ସମାଜସେବୀ ଓ ବିଶିଷ୍ଟ ନାଗରିକ ସାମିଲ ହୋଇଛନ୍ତି । ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରି ଜାତୀୟ ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ଯୁବପିଢ଼ି ସଂକଳ୍ପବଦ୍ଧ ହେବା ଆବଶ୍ୟକ ।

୫୬୦ରୁ ଅଧିକ ଗଡ଼ଜାତ ରାଜ୍ୟର ମିଶ୍ରଣରେ ତାଙ୍କର ଅବଦାନ ଅବିସ୍ମରଣୀୟ । ଭାରତର ସବୁଠୁ ବଡ଼ ସମ୍ପଦ ହେଉଛି ଯୁବଶକ୍ତି । ଦେଶର ପ୍ରଗତି ଓ ଆତ୍ମନିର୍ଭରତାକୁ ବାଧା ଦେବା ପାଇଁ କିଛି ଆନ୍ତର୍ଜାତୀୟ ଶକ୍ତି ଉଦ୍ୟମ କରୁଥିବା କହିଛନ୍ତି କ୍ରୀଡାମନ୍ତ୍ରୀ । ତେବେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଯୁବପିଢ଼ି ଏକଜୁଟ ଅଛନ୍ତି । ସର୍ଦ୍ଦାର ପଟେଲ, ନେତାଜୀ ଓ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ଅବଦାନକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି କ୍ରିଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ।

ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ଦେଶୀୟ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ବଲ୍ଲଭଭାଇ ପଟେଲଙ୍କ ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ" ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି ।
ଭାରତ ଗୃହ ମନ୍ତ୍ରଣାଳୟଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ପାଇଁ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ "ଜାତୀୟ ଏକତା ଦିବସ ହେଉଛି ଆମ ଦେଶର ଅନ୍ତର୍ନିହିତ ଶକ୍ତିକୁ ସ୍ଥିରତା ସହିତ ପୁନଃ ସଂଯୋଗ କରିବାର ଏକ ସୁଯୋଗ । ପୁଣି ଏହା ଆମ ଦେଶର ଏକତା ତଥା ଅଖଣ୍ଡତା ପ୍ରତି ପ୍ରକୃତ ତଥା ସମ୍ଭାବ୍ୟ ବିପଦର ସାମନା କରିବାକୁ ଆମକୁ ସାହସ ଯୋଗାଇବା ସହ ଆମର ଦେଶପାଇଁ ସୁରକ୍ଷା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: