Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରପଞ୍ଚ ରାଜେଶ ଜେନାଙ୍କ ବାପାଙ୍କ ଉପରକୁ ବୋମା ସହ ଗୁଳିମାଡ଼

Rashmita Mishra
Browse all articles by Rashmita Mishra
·11 months ago·1 min read
ସରପଞ୍ଚ ରାଜେଶ ଜେନାଙ୍କ ବାପାଙ୍କ ଉପରକୁ ବୋମା ସହ ଗୁଳିମାଡ଼

Key Points

ଗଞ୍ଜାମ ଶେରଗଡ଼ ଥାନା ସୁନାନ୍ତର ଗାଁରେ ବୋମା ଓ ଗୁଳି ମାଡ଼
ସ୍ଥାନୀୟ ସରପଞ୍ଚ ରାଜେଶ ଜେନାଙ୍କ ବାପାଙ୍କ ଉପରକୁ ବୋମା ସହ ଗୁଳିମାଡ଼
ଗୁଳିମାଡ଼ରେ ସରପଞ୍ଚଙ୍କ ବାପା ଓ ଭାଇ ଆହତ

ଗଞ୍ଜାମ ଶେରଗଡ଼ ଥାନା ସୁନାନ୍ତର ଗାଁରେ ବୋମା ଓ ଗୁଳି ମାଡ଼। ସ୍ଥାନୀୟ ସରପଞ୍ଚ ରାଜେଶ ଜେନାଙ୍କ ବାପା ନିରଞ୍ଜନ ଜେନାଙ୍କ ଉପରକୁ ବୋମା ସହିତ ଗୁଳିମାଡ଼ ହୋଇଛି । ଏଥିରେ ସେ ଆହତ ହୋଇଛନ୍ତି। ନିରଞ୍ଜନ ନିଜ ଘର ସାମ୍ନାରେ ଥିବା ପୋଖରୀ କୂଳରେ ବସି କଥା ହେଉଥିବାବେଳେ ୩ଟି ବାଇକରେ ଆସିଥିଲେ ୯ଜଣ ମୁଖାପିନ୍ଧା ଦୁର୍ବୃତ୍ତ । ନିରଞ୍ଜନ ଙ୍କୁ ଲକ୍ଷ୍ୟ କରି ୫ରୁ ୬ଟି ବୋମାମାଡ଼ କରିଥିଲେ । ତେବେ ନିରଞ୍ଜନ ଦୌଡ଼ି ପଳାଇଯିବା ବେଳେ ଦୁର୍ବୃତ୍ତ ମାନେ ପଛରୁ ଗୁଳିମାଡ଼ କରିଥିଲେ।


ଶବ୍ଦ ଶୁଣି ନିରଞ୍ଜନଙ୍କ ପୁତୁରା ମନୁ ଆସି ଦୁର୍ବୃତ୍ତଙ୍କୁ ଧରିବାକୁ ପିଛା କରିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଲକ୍ଷ୍ୟ କରି ବୋମାମାଡ କରିଥିଲେ। ଫଳରେ ମନୁ ମଧ୍ୟ ଆହତ ହୋଇଛନ୍ତି । ଘଟଣା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଆହତ ୨ ଜଣଙ୍କୁ ଗାଁ ଲୋକେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ଆକ୍ରମଣର କାରଣ ଜଣାପଡ଼ିନାହିଁ। ଘଟଣା ସ୍ଥଳରେ ଗଞ୍ଜାମ ଏସପି, ଆସିକା ଏସଡିପିଓ, ହିଞ୍ଜିଳି ଓ ଶେରଗଡ ଥାନାର ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sarpanch-rajesh-jenas-father-shot-with-a-bomb | Argus News