Videos
|
Odisha

ସରପଞ୍ଚଙ୍କ ସ୍ଵାମୀଙ୍କୁ ହାଣି ହତ୍ୟା କଲେ ଦୃର୍ବୁତ୍ତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସରପଞ୍ଚଙ୍କ ସ୍ଵାମୀଙ୍କୁ ହାଣି ହତ୍ୟା କଲେ ଦୃର୍ବୁତ୍ତ

Key Points

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା
ସୁବର୍ଣ୍ଣପୁରରେ ସରପଞ୍ଚଙ୍କ ସ୍ବାମୀଙ୍କୁ ହାଣି ନିର୍ମମ ହତ୍ୟା
ରାମପୁର ଥାନା କେନପାଲିରେ ଅଭାବନୀୟ ଘଟଣା
ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା । ସୁବର୍ଣ୍ଣପୁର ଜିଲ୍ଲା ଗଜବନ୍ଧ ପଞ୍ଚାୟତର ପୁର୍ବତନ ସରପଞ୍ଚ ତଥା ବର୍ତମାନ ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣି ଦେଲେ ଦୃର୍ବୁତ୍ତ । ନିର୍ମମ ହତ୍ୟା କରି ରାସ୍ତା କଡ଼ରେ ଛାଡ଼ି ଚାଲିଗଲେ । ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା କେନପାଲି ନିକଟରେ ଘଟିଛି ଘଟଣା ।ମୃତକ ହେଲେ ଗଜବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ବଲ୍ଲଭ ଖେତୀ ।


ହତ୍ୟାର କରଣ ଅସ୍ପଷ୍ଟ ଥିଲେ ହେଁ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଗତ କାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ କେନପାଲି ରାସ୍ତାରେ ଅଟକାଇ ଧାରୁଆ ଅସ୍ତ୍ରରେ ହାଣି ରକ୍ତାକ୍ତ ଅବସ୍ତାରେ ପକାଇ ଦେଇଥିଲେ । ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ତାଙ୍କୁ କିଛି ଲୋକ ଦେଖି ଡୁଙ୍ଗୁରିପାଲି ଡାକ୍ତରଖାନା କୁ ନେଇଥିବାବେଳେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାରୁ କେହି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sarpanch's husband brutally murdered | Argus News