Satellite Survey Exposes / ସାଟେଲାଇଟ୍ ସର୍ଭେରୁ ଧରାପଡ଼ିଲା ଜାଲିଆତି: ପୋଖରୀ, ଖେଳ ପଡ଼ିଆ ଦେଖାଇ ପଞ୍ଜୀକରଣ
·8 months ago·2 min read

Key Points
ଗଞ୍ଜାମ ଜିଲ୍ଲାରେ ମାଳ ମାଳ ନକଲି ଚାଷୀ!
ସାଟେଲାଇଟ୍ ସର୍ଭେରୁ ଧରାପଡ଼ିଲା ଜାଲିଆତି
ପୋଖରୀ, ଖେଳ ପଡ଼ିଆ ଦେଖାଇ ପଞ୍ଜୀକରଣ
ଧାନ ବିଲ ସ୍ଥାନରେ ଅଛି ପେଟ୍ରୋଲ ପମ୍ପ, ଶ୍ମଶାନ
MSPରେ ଧାନ ବିକିବାକୁ ହୋଇଛି କି ଚଞ୍ଚକତା?

ସରକାରଙ୍କ ଦ୍ୱାରା ଧାର୍ଯ୍ୟ MSPରେ ଧାନ ବିକିବାକୁ ଏହି ପ୍ଲଟର ପଞ୍ଜିକରଣ ହୋଇଥିଲା । ହେଲେ ଫିଲ୍ଡ ସର୍ଭେ ପାଇଁ ଯାଇଥିବା ଅଧିକାରୀ, ସେଠାରେ ପହଞ୍ଚିବା ପରେ ଯାହା ଦେଖିଲେ ତାହା ଆପଣଙ୍କ ଟିଭି ସ୍କ୍ରିନରେ ।ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ବଡମାଧପୁର ଅଞ୍ଚଳରେ ରହିଛି ଏହି ପେଟ୍ରୋଲ ପମ୍ପ । ଏଠାରେ ଧାନଚାଷ ହୋଇଥିବା ଦର୍ଶା ଯାଇଥିଲା ।
ସାଟେଲାଇଟ୍ ସର୍ଭେରେ ଏହା ଧରାପଡ଼ିବା ପରେ ସନ୍ଦିଗ୍ଧ ପ୍ଲଟ୍ ତାଲିକାଭୁକ୍ତ କରାଗଲା । ସର୍ଭେୟର ଫିଲ୍ଡ ସର୍ଭେ କରି ଚାଷ ହୋଇନଥିବା ରିପୋର୍ଟ ଦେବା ସହ, ପେଟ୍ରୋଲ ପମ୍ପର ସେଲ୍ଫି ମଧ୍ୟ ଉଠାଇ ଅପଲୋଡ୍ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି ଏହା ୨୪୬୯ ନମ୍ବର ପ୍ଲଟ, ଯାହା ଘରବାରି ଓ ଚାଷଜମି ଭାବେ କୌଣସି ପଞ୍ଜୀକରଣ ହୋଇନାହିଁ । ପଚାରିବାରୁ ଜଣାଗଲା ଏହାର ପାଖ ପ୍ଲଟଟି ୨୪୬୮ ଏବଂ ଅପୂର୍ବ ପରିଡ଼ା ନାମକ ଜଣେ ମହିଳା ଚାଷୀଙ୍କ ନାମରେ ପଞ୍ଜୀକୃତ ହୋଇଛି । ସାଟେଲାଇଟ ସର୍ଭେରେ ଏହାର ପାଖ ପ୍ଲଟଟି କେମିତି ଦେଖାଇଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏବେ ଆଉକିଛି ଫଟୋଗ୍ରାଫ ଉପରେ ନଜର ପକାନ୍ତୁ । ଏଗୁଡ଼ିକ ମୁଖ୍ୟତଃ ଖେଳ ପଡ଼ିଆ, ଟାଙ୍ଗରା ଭୂଇଁ, ଗାଁ ଶ୍ମଶାନ ଓ ପୋଖରୀ ହୁଡ଼ା । ସାଟେଲାଇଟ ସର୍ଭେରୁ ଧରାପଡ଼ିଛି ଏସଵୁ ସ୍ଥାନରେ ଧାନ ଚାଷ ହୋଇ ନ ଥିବାବେଳେ ଧାନ ବିକ୍ରି ପାଇଁ ପଞ୍ଜୀକରଣ ହୋଇଛି ।
ଗଞ୍ଜାମରେ ମୋଟ୍ ୧ ଲକ୍ଷ ୫୬ ହଜାର ୭୧୩ ଚାଷୀ ପଞ୍ଜୀକରଣ କରିଛନ୍ତି
ଧାନ ଚାଷର ଆଦୌ ଚିହ୍ନବର୍ଣ୍ଣ ନଥିବା ପ୍ଲଟକୁ ମଧ୍ୟ ଧାନ ଜମି ଭାବେ ଦର୍ଶାଯାଇଛି
ଫଳରେ ଜିଲ୍ଲାରେ ୨ ଲକ୍ଷ ୩୩ ହଜାର ୪୩୮ ସନ୍ଦିଗ୍ଧ ପ୍ଲଟ୍ ଥିବା ରିପୋର୍ଟ ହୋଇଛି
ଏହିସବୁ ସନ୍ଦିଗ୍ଧ ପ୍ଲଟର ORSAC ଦ୍ବାରା ସାଟେଲାଇଟ ସର୍ଭେ କରାଯାଉଛି
୨୩ଟି ତହସିଲରେ ୨, ୭୫୪ ଗାଁର ସନ୍ଦିଗ୍ଧ ପ୍ଲଟ ଚିହ୍ନଟ ପାଇଁ ସମବାୟ ବିଭାଗକୁ ଚିଠି ଆସିଛି
୧, ୦୫୪ ଜଣ କର୍ମଚାରୀ ସର୍ଭେ କାର୍ଯ୍ୟରେ ନିୟୋଜିତ ରହିଛନ୍ତି
ଏ ପର୍ଯ୍ୟନ୍ତ ୨ ଲକ୍ଷ ୧୬ ହଜାର ୮୮୧ଟି ସନ୍ଦିଗ୍ଧ ପ୍ଲଟର ସର୍ଭେ କାର୍ଯ୍ୟ ଶେଷ ହୋଇଛି ।
ସର୍ଭେ ସମୟରେ ୧ ଲକ୍ଷ ୬୫ ହଜାର ୪୯୬ ପ୍ଲଟ ଅଣଧାନ ଜମି ରହିଥବା ଜଣାପଡ଼ିଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସର୍ଭେ ବେଳେ କେଉଁଠି ପଡିଆ ଜମି ରହିଛି ତ ଆଉକେଉଁ ପ୍ଲଟରେ ଜଳାଶୟ, ଘାସବଣ, ଅନାବାଦୀ ଓ ଟାଙ୍ଗରା ଭୂଇଁ ରହିଥିବା ଦେଖିବାକୁ ମିଳିଛି । ଧାନ କିଣାରେ ସ୍ବଚ୍ଛତା ଆଣିବାକୁ ସାଟେଲାଇଟ ସର୍ଭେ କରାଯାଇଥାଏ । ଚାଷ ହୋଇଥିବା ଜମି ଉପରେ ହିଁ ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଟୋକନ ଆସେ । ଫଳରେ କେବଳ ଅସଲ ଚାଷୀ ଅସଲ ଜମିରେ କରିଥିବା ଧାନ ବିକି ପାରିବେ । ଗଞ୍ଜାମରେ ଡିସେମ୍ବର ୨୩ରୁ ଧାନ କିଣା ଆରମ୍ଭ ହୋଇଥିବାବେଳେ ୮୭ ହଜାର ୫୯୨ ଚାଷୀଙ୍କୁ ଟୋକେନ ଆସିଥିବା ଯୋଗାଣ ବିଭାଗ କହିଛି । ଏତିକି ବେଳେ, ଜାଲ୍ ଚାଷ ଜମିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅସଲ ଚାଷୀ । ପୁଣି ସାଟେଲାଇଟ ସର୍ଭେରେ ଭୁଲ ହେଉଥିଲେ ଆହୁରି ସାଂଘାତିକ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories