Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ପୂର୍ବରୁ  ବିଜେଡିରେ ଦଳୀୟ କନ୍ଦଳ ଜଳ ଜଳ

Smruti Parija
Browse all articles by Smruti Parija
·2 years ago·2 min read
ନିର୍ବାଚନ ପୂର୍ବରୁ  ବିଜେଡିରେ ଦଳୀୟ କନ୍ଦଳ ଜଳ ଜଳ

ଅର୍ଗସ ବ୍ୟୁରୋ: ସତ୍ୟବାଦୀ ବିଧାୟକ ସିଧାସିଧା କହୁଛନ୍ତି, ନିର୍ବାଚନ ଲଢିବି ତ ଏଇଠୁ ନହେଲେ ଅନ୍ୟ କେଉଁଠୁ ନୁହେଁ । ଅର୍ଥାତ୍‌ ବିଜେଡି ସୁପ୍ରିମୋଙ୍କ ସେ ପରୋକ୍ଷରେ ଚ୍ୟାଲେଞ୍ଜ ଦେଲେ । ଯଦି ଟିକେଟ୍‌ ନଦେବ ଏବେଠୁ କୁହ ଆମେ ଅନ୍ୟ ଦଳକୁ ଡେଇଁବୁ । ଅବଶ୍ୟ ସିଧାସଳଖ କହିନାହାନ୍ତି କିନ୍ତୁ ତାଙ୍କର ଭାଷଣ ଶୁଣିଲେ କିଛି ସେମିତି ଲାଗିବ । ଯାହାକୁ ନେଇ ଏବେ ଚର୍ଚ୍ଚା ବି ଜୋର । 

ନିର୍ବାଚନ ପୂର୍ବରୁ  ବିଜେଡିରେ ଦଳୀୟ କନ୍ଦଳ ଜଳ ଜଳ ।  ଦଳ କି ଚିହ୍ନ ନୂହେଁ ସ୍ବାଧୀନରୁ ଲଢିବାକୁ ସତ୍ୟବାଦୀ ଭୋଟରଙ୍କୁ ଉମା ମାଗିଲେ ସମର୍ଥନ । ନିର୍ବାଚନ ପ୍ରସ୍ତୁତି ବୈଠକ ସଭାରେ କାନ୍ଦିଲେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ । ୨୦୨୪ ଟିକେଟ୍ କୁ ନେଇ ଦ୍ବନ୍ଦରେ ଉମାକାନ୍ତ ସାମନ୍ତରାୟ । ସତ୍ୟବାଦୀରୁ ଉମା ଆଉଟ୍ ସଞ୍ଜୟ ଇନ୍ ଚର୍ଚ୍ଚାକୁ ଖୋରାଗ ଯୋଗାଇଛି ଉମାଙ୍କ ନିର୍ବାଚନ ପ୍ରସ୍ତୁତି ବୈଠକ । ସତ୍ୟବାଦୀ ଲୋକଙ୍କ ସମର୍ଥନ ନମିଳିଲେ ଘରେ ଶୋଇ ପଡିବାକୁ ନିଷ୍ପତି ନେଲେ ଉମାକାନ୍ତ ସାମନ୍ତରାୟ । 

୨୦୨୪ ସାଧାରଣ ନିର୍ବାଚନରେ ଉମା ବ୍ୟତୀତ ବିଜେଡିରେ ଆଉ କେଉଁ ନେତୁତ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ବ୍ଲକ ସଭାପତିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ନେତୁତ୍ୱ ଖୁଲମଖୁଲା ଚ୍ୟାଲେଞ୍ଜ କରିଛନ୍ତି । ସତ୍ୟବାଦୀରେ ସଞ୍ଜୟ ଦାସ ବର୍ମାଙ୍କୁ ଟିକେଟ ପ୍ରଦାନ କରାଯିବା ଚର୍ଚ୍ଚା ପରେ ରାତି ଅଧିଆ ଆରେଞ୍ଜମେଣ୍ଟ କରାଯାଇ ମେଳି ବାନ୍ଧିଥିଲେ ଉମା ଓ ତାଙ୍କ ସମର୍ଥକ । ବିଶେଷ କରି ପଂଚାୟତ ନିର୍ବାଚନ ବିଜେଡି ହାତରୁ କଣାସ ପଂଚାୟତ ସମିତି ଓ ସତ୍ୟବାଦୀ ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଯୋନ ବିଜେଡି ହାତରୁ ଯିବା ଓ ୫ଟି ଅଧକ୍ଷଙ୍କୁ ସତ୍ୟବାଦୀରେ କାଳିମାଡ଼ ପରେ ବ୍ୟାକ ଫୁଟ୍ କୁ ଯାଇଥିଲେ ଉମା । ଗତ କିଛି ଦିନ ଧରି ସତ୍ୟବାଦୀରେ ସଞ୍ଜୟଙ୍କୁ ବିଜେଡି ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ ସାଙ୍ଗଠନିକ ବୈଠକ ନାମରେ ଦଳୀୟ ସୁପ୍ରିମୋ ଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ ବହୁ ବିଜେଡି ନେତୁତ୍ବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ସତ୍ୟବାଦୀରେ କିଏ ନେତୁତ୍ବ ନେବ ସେହି ନିଷ୍ପତ୍ତି କେବଳ ସତ୍ୟବାଦୀ ଜନସାଧାରଣ ନେବେ, ଆପଣ ମାନେ କହିଲେ ମୁଁ ନିର୍ବାଚନ ଲଢ଼ିବି ନଚେତ ଓହରି ଯିବି ବୋଲି କହି କାନ୍ଦିଥିଲେ ଉମା । ଏହାସହ ସଫା ସଫା ଶୁଣାଇଥିଲେ ଯେ ଯେଉଁ କୁଚକ୍ରୀ ଗୋଷ୍ଠୀ ଚେଷ୍ଟା କରୁଛନ୍ତି ଉମା ସାମନ୍ତରାୟ ବ୍ରହ୍ମଗିରି କି ଚିଲିକାରୁ ଲଢ଼ିବି ବୋଲି ଅପ୍ରଚାର କରୁଛନ୍ତି ତାକୁ ଖଣ୍ଡନ କରି ନିଜ ଜନ୍ମ ମାଟିରେ ନିର୍ବାଚନ ଲଢ଼ିବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଉମା ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଟିକେଟକୁ ନେଇ ଉମା ଓ ତାଙ୍କ ସମର୍ଥକଙ୍କ ମେଳି ଉମାଙ୍କ ପତିଆରା ବୃଦ୍ଧି କରୁଛି ନା ଦଳୀୟ ନେତୁତ୍ବଙ୍କ ବିରୁଦ୍ଧରେ ଉମାଙ୍କ ରଣ ହୁଙ୍କାର ମହଙ୍ଗା ପଡୁଛି ତାକୁ ଅପେକ୍ଷା ।

 

Sponsored
satyabadi-mla-uma-samantray-cried-in-election-preparation-meeting-at-satyabadi | Argus News