Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୭ ପରିବର୍ତ୍ତେ ୨୬ ତାରିଖରେ ହେବ ସାବିତ୍ରୀ ଛୁଟି

Odisha

୨୭ ପରିବର୍ତ୍ତେ ୨୬ ତାରିଖରେ ହେବ ସାବିତ୍ରୀ ଛୁଟି

Rashmita Mishra
Browse all articles by Rashmita Mishra
·1 year ago
୨୭ ପରିବର୍ତ୍ତେ ୨୬ ତାରିଖରେ ହେବ ସାବିତ୍ରୀ ଛୁଟି

Key Points

ମେ ୨୭ ପରିବର୍ତ୍ତେ ୨୬ ତାରିଖରେ ହେବ ସାବିତ୍ରୀ ଛୁଟି
ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ପୁରୀ ମୁକ୍ତି ମଣ୍ଡପ ସହ ଯୋଗାଯୋଗ ପରେ ନିଆଯାଇଛି ନିଷ୍ପତି

ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ୨୭ ପରିବର୍ତ୍ତେ ମେ ୨୬ରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ମାସ ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା । ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ । ତେଣୁ ଛୁଟି ତାରିଖକୁ ପରିବର୍ତ୍ତନ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
savitri-holiday-will-be-on-26th-instead-of-27th | Argus News