Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ନେତାଙ୍କ ନାଁରେ ପୁଳାପୁଳା ଅଭିଯୋଗ : ପାଇବେ କି କଡା ଶାସ୍ତି ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି ନେତାଙ୍କ ନାଁରେ ପୁଳାପୁଳା ଅଭିଯୋଗ : ପାଇବେ କି କଡା ଶାସ୍ତି ?

Key Points

  •  
  • ଆଉ ଖସିପାରିବେନି ସାଂସଦ ଓ ବିଧାୟକ
  • ଦାଗୀ ଲିଷ୍ଟରେ ନାଁ ଥିଲେ ମିଳିନପାରେ ଟିକେଟ୍‌
  • ଓଡ଼ିଶା ନେତାଙ୍କ ନାଁରେ ୪୫୨ ମାମଲା

ଅର୍ଗସ ବ୍ୟୁରୋ: ରାଜ୍ୟରେ ନେତାଙ୍କ ନାଁରେ ବଢୁଛି ଅପରାଧ । ହେଲେ ଅପରାଧରେ ସାମିଲ ଥିବା ପରେ ବି ବାରମ୍ବାର ଦଳ ତାଙ୍କୁ ଟିକେଟ୍‌ ଦେଉଛି । ନିର୍ବାଚନରେ ସେମାନେ ବିଜୟ ବି ହେଉଛନ୍ତି । ହେଲେ ଏବେ ଆଉ ତାହା ଚଳିବନି । କାରଣ ସୁପ୍ରିମକୋର୍ଟ ଦେଇଛନ୍ତି 'ସୁପ୍ରିମ' ଶୁଣାଣି । ଯେଉଁ ନେତାଙ୍କ ନାଁରେ ଅପରାଧିକ ମାମଲା ରହିଛି ତୁରନ୍ତ ବିଚାର କରିବାକୁ ଦେଶର ସବୁ ରାଜ୍ୟର ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଉ କୋର୍ଟଙ୍କ ଏହି ରାୟ ପରେ ଏବେ ନେତାଙ୍କ ଛାତିରେ ପଶିଲାଣି ଛନକା ।

ଓଡ଼ିଶାର ଗଣ୍ଡା ଗଣ୍ଡା ନେତା ବିଶେଷ କରି ଶାସକ ଦଳର ନେତାଙ୍କ ନାଁରେ ମାଳମାଳ ଅଭିଯୋଗ । ଅବଶ୍ୟ ଅନେକ ନେତାଙ୍କ ନାଁରେ ଉପଯୁକ୍ତ ପ୍ରମାଣ ନଥିବାରୁ ସେମାନେ ଆଜାଦ୍‌ରେ ବୁଲୁଛନ୍ତି । ହେଲେ ଯଦି କୌଣସି ନେତାଙ୍କ ବିରୋଧରେ କୋର୍ଟ ଉପଯୁକ୍ତ ପ୍ରମାଣ ପାଆନ୍ତି ତେବେ କଥା ସରିଲା । କାରଣ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ବି ହୋଇପାରେ । ଖାସ୍‌ କରି ନେତାଙ୍କ ଅପରାଧର ପର୍ଦ୍ଦାଫାଶ କରିବା ଲାଗି ସ୍ଵତନ୍ତ୍ର ଖଣ୍ଡପୀଠ ବି ଗଠନ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସାଂସଦ ଓ ବିଧାୟକଙ୍କ ବିରୋଧରେ ଫୌଜଦାରୀ ମାମଲାର ବିଚାର ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିପାରିବେ ନାହିଁ ବୋଲି ଉଲ୍ଲେଖ କରିଥିବା ବେଳେ ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ନିଜ ସୁବିଧା ଅନୁଯାୟୀ ସେମାନଙ୍କ ଅଧୀନରେ ବିଚାରାଧୀନ ମାମଲା ଗୁଡ଼ିକର ବିଚାର ପାଇଁ ତ୍ବରିତ ପଦକ୍ଷେପ ନେଇପାରିବେ ବୋଲି କହିଛନ୍ତି। 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ତ୍ଵରିତ ବିଚାର ହେବ । ତେଣୁ ରାଜ୍ୟର ଚର୍ଚ୍ଚିତ ମାମଲାରେ ବିଜେଡିର ତିନି ଷ୍ଟାଣ୍ଡି ଏମଏଲଏ ପ୍ରତାପ ଜେନା, ଶ୍ରୀକାନ୍ତ ସାହୁ ଓ ବିଜୟ ଶଙ୍କରଙ୍କ ନାଁରେ ମର୍ଡର ଓ ନାରୀ ନିର୍ଯାତନା ପରି ମାମଲା ରହିଛି । ତେଣୁ ଏମାନଙ୍କୁ ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡ ଦେଇପାରନ୍ତି କୋର୍ଟ । କେବଳ ଏହି ତିନି ଜଣ ନୁହନ୍ତି ବରଂ ମମିତା ମେହେର ହତ୍ୟା ମାମଲାରେ ଦିବ୍ୟଶଙ୍କର, ଆମ୍ବାଭୋନା ଥାନା ଭଙ୍ଗାରୁଜା ମାମଲାରେ ସୁଶାନ୍ତ ସିଂ, ନୟାଗଡ ନାବାଳିକା ହତ୍ୟା ମାମାଲାରେ ଅରୁଣ ସାହୁ, ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ସମୀର ଦାସ, ଏସିଏଫ ସୋମ୍ୟ ରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ବିକ୍ରମ କେଶରୀ ଆରୁଖ, ପାରିବାରିକ ମାମଲାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପରି ଅନେକ ନେତା ଭିନ୍ନଭିନ୍ନ ମାମଲାରେ ଛନ୍ଦି ହୋଇ ରହିଛନ୍ତି । ତେଣୁ କୋର୍ଟଙ୍କ ରାୟ ପରେ ଏବେ ସମସ୍ତଙ୍କର ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମିକସ୍ କ୍ୟୁରିଙ୍କ ରିପୋର୍ଟରେ ଓଡ଼ିଶା‌ରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଡିସେମ୍ବର ୨୦୧୮ ସୁଦ୍ଧା ୩୩୧, ଡିସେମ୍ବର ୨୦୨୧ ସୁଦ୍ଧା ୩୬୦ ଓ ନଭେମ୍ବର ୨୦୨୨ ସୁଦ୍ଧା ୪୫୪ଟି ଅପରାଧିକ ମାମଲା ବିଚାରାଧୀନ ରହିଥିବା ଦର୍ଶାଯାଇଥିଲା। ଏଥିମଧ୍ୟରୁ ୩୨୩ଟି ମାମଲା ୫ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ରହିଥିବା ମଧ୍ୟ ସୂଚୀତ କରାଯାଇଥିଲା। ବିଚାରାଧୀନ ଥିବା ଅପରାଧିକ ମାମଲାରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଥିବା ମଧ୍ୟ ଆମିକସ୍‌ କ୍ୟୁରିଙ୍କ ରିପୋର୍ଟରୁ ଜଣାପଡ଼ିଛି ।

 

Sponsored
Supreme Court | Argus News