ଇତିହାସ ରଚିଲା ଏସସିବି ଯୋଡିଲା କଟାଗୋଡ଼

Key Points
ଦୁର୍ଘଟଣାରେ ଛିଡି ଯାଇଥିଲା ନାବାଳିକାଙ୍କ ଗୋଡ
କଟାଗୋଡ଼ ଯୋଡି ଇତିହାସ ରଚିଲା ଏସସିବି
ଏସସିବିର ଡାକ୍ତରୀ ଟିମ୍ଙ୍କ ପ୍ରୟାସରେ ଯୋଡ଼ିହେଲା ଗୋଡ଼
ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଡାକ୍ତରୀ ଟିମ୍
କଟାଗୋଡ଼କୁ ଯୋଡ଼ି ଇତିହାସ ରଚିଲା ଏସସିବି ମେଡିକାଲ। ଏସସିବିର ଡାକ୍ତରୀ ଟିମ୍ଙ୍କ ଉଦ୍ୟମରେ ସଫଳ ହୋଇଛି ବିରଳ ଅପରେସନ। ପ୍ରଥମଥର ପାଇଁ ଏସ୍ସିବିରେ ଯୋଡ଼ାଯାଇଛି କଟା ଗୋଡ଼। ପୂର୍ବରୁ କଟାହାତର ଅପରେସନ କରାଯାଇଥିବା ବେଳେ ପ୍ରଥମଥର ପାଇଁ କଟା ଗୋଡର ସଫଳ ସର୍ଜରୀ କରାଯାଇଥିବା କହିଛନ୍ତି ଡାକ୍ତର। ୪ ଘଣ୍ଟାର ପରିଶ୍ରମ ପରେ ସଫଳ ହୋଇଛି ନାବଳିକାଙ୍କ ଗୋଡର ସର୍ଜରୀ।
ବାଇକରେ ଯିବାବେଳେ ମୟୁରଭଞ୍ଜ ବେତନଟୀ ୧୮ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ଦୁର୍ଘଟଣା। ବାଇକରେ ଥିବା କୁନି ଝିଅ ବୈଷ୍ଣବୀର ବାମ ଗୋଡ଼ଟି ସମ୍ପୂର୍ଣ୍ଣ ଛିଣ୍ଡି ଶରୀରରୁ ଅଲଗା ହୋଇଯାଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ନାବାଳିକାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ବୈଷ୍ଣବୀଙ୍କ କଟାଗୋଡ଼କୁ ସୁରକ୍ଷିତ ଭାବେ କଟକ ଏସ୍ସିବି ଡାକ୍ତରଖାନା ନେବାର ବ୍ୟବସ୍ଥା କରାଯାଇଥିଲା । ସେପଟେ ପୂର୍ବରୁ ପ୍ରସ୍ତୁତ ଥିବା ଡାକ୍ତରୀଦଳ ତୁରନ୍ତ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ୪ ଘଣ୍ଟାର ପରିଶ୍ରମ ପରେ ବୈଷ୍ଣବୀଙ୍କ କଟା ଗୋଡର ଅପରେସନ ସଫଳ ହୋଇଛି।
ସର୍ଜରୀ ପରେ ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଅସମ୍ଭବ କାର୍ଯ୍ୟକୁ ସଫଳ କରି ଦେଖାଇନ୍ତି, ଏସସିବିର ଡାକ୍ତରୀ ଟିମ l ଖୁସି ବ୍ୟକ୍ତ କରିଛନ୍ତି ନାବଳିକାଙ୍କ ପରିବାର ଲୋକେ।