Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SCB Medical: ପୁଣି ଏକ ବଡ଼ ସଫଳତା, ବୈଷ୍ଣବୀ ଏଥର ପୁଣି ଖେଳିବ-ଦୌଡ଼ିବ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
SCB Medical: ପୁଣି ଏକ ବଡ଼ ସଫଳତା, ବୈଷ୍ଣବୀ ଏଥର ପୁଣି ଖେଳିବ-ଦୌଡ଼ିବ

Key Points

ମୟୁରଭଞ୍ଜ ବେତନଟୀ ଅଞ୍ଚଳର ୮ ବର୍ଷୀୟା ବୈଷ୍ଣବୀ।

ଦୁର୍ଘଟଣାରେ ଗୋଡ ହରାଇଥିବା କୁନି ଶିଶୁର ସଫଳ ହୋଇଛି ଚିକିତ୍ସା ।

କଟକ ଏସସିବିରେ ବୈଷ୍ଣବୀର ଉଚ୍ଚମାନର ଲଗାଯାଇଛି କୃତ୍ରିମ ଗୋଡ଼ ।

କଟକ SCBର ଆଉ ଏକ ସଫଳତା । ସଫଳ ହେଲା ୮ ବର୍ଷୀୟ ଝିଅ ବୈଷ୍ଣବୀର ଚିକିତ୍ସା । କଟା ଗୋଡ଼ ଯାଗାରେ ଲାଗିଲା କୃତ୍ରିମ ଗୋଡ଼ । ଏଣିକି କୃତ୍ରିମ ଗୋଡ଼ରେ ଚାଲିବ ବୈଷ୍ଣବୀ । ବିଧାୟକ ଦେଲେ ପ୍ରତିଶୃତି, ବହନ କରିବେ ସମସ୍ତ ଖର୍ଚ୍ଚ ।

ମୟୁରଭଞ୍ଜ ବେତନଟୀ ଅଞ୍ଚଳର ୮ ବର୍ଷୀୟା ବୈଷ୍ଣବୀ। ଦୁର୍ଘଟଣାରେ ଗୋଡ ହରାଇଥିବା କୁନି ଶିଶୁର ସଫଳ ହୋଇଛି ଚିକିତ୍ସା । କଟକ ଏସସିବିରେ ବୈଷ୍ଣବୀର ଉଚ୍ଚମାନର କୃତ୍ରିମ ଗୋଡ଼ ଲଗାଯାଇଛି । ଏଣିକି ସାଧାରଣ ଲୋକଙ୍କ ଭଳି କୁନି ବୈଷ୍ଣବୀ ଚଲାବୁଲା କରିପାରିବ । ଆଣ୍ଠୁ ଭାଙ୍ଗି ବସିବା ସହ ଦୌଡ଼ା ଦୌଡି ଓ ଖେଳା ଖେଳି କରିପାରିବ । ପୂର୍ବରୁ କଟା ହାତ ଯୋଡ଼ିବାରେ ବହୁ ସଫଳତା ହାସଲ କରିଛନ୍ତି ଏସ୍‌ସିବିର ଡାକ୍ତର । କିନ୍ତୁ ବୈଷ୍ଣବୀର କେସ୍‌ ସମ୍ପୂଣ୍ଣ ଭିନ୍ନ ଥିଲା । ଡାକ୍ତରଙ୍କ ପ୍ରଚେଷ୍ଟା ରାଜ୍ୟ ସରକାରଙ୍କ ସହଯୋଗରୁ ଚିକିତ୍ସା ସଫଳ ହୋଇପାରିଛି । ଆଗାମୀ ଦିନରେ ବୈଷ୍ଣବୀର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ମୟୂରଭଞ୍ଜ ବଡସାହି ବିଧାୟକ ସନାତନ ବିଜୁଳି । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ବୈଷ୍ଣବୀ ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିବ ।

ଗତ ମାର୍ଚ୍ଚ ୧୪ରେ ବୈଷ୍ଣବୀ ନିଜ ପରିବାର ସହ ବାଇକରେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ବୈଷ୍ଣବୀର ବାମ ଗୋଡିଟି ଜଙ୍ଘ ପାଖରୁ ସମ୍ପୂର୍ଣ ଛିଡିଯାଇଥିଲା । ସେହିଦିନ ରାତିରେ ହିଁ କଟକ ଏସସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ତାଙ୍କୁ ଭର୍ତ୍ତି କରାଯାଇ କଟା ଗୋଡକୁ ଯୋଡ଼ା ଯାଇଥିଲା । କିନ୍ତୁ ୫ ଦିନ ପରେ ଗୋଡରେ ସଂକ୍ରମଣ ହେବାରୁ ପୁନର୍ବାର ଯୋଡ଼ା ଯାଇଥିବା ଗୋଡକୁ କାଟି ଦିଆଯାଇଥିଲା। ତେବେ ଏସସିବିରେ ଦୀର୍ଘ ଅଢ଼େଇ ମାସର ଚିକିତ୍ସା ପରେ ବୈଷ୍ଣବୀଙ୍କ ବାମ ଗୋଡରେ କୁତ୍ରିମ ଅଙ୍ଗ ଲଗାଯାଇଛି ।

ଡାକ୍ତରୀ ଚିକିତ୍ସାରେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଫଳରେ ଏଭଳି ଚିକିତ୍ସା ସମ୍ଭବପର ହୋଇଛି । ଯାହା କୁନି ବୈଷ୍ଣବିଙ୍କ ମୁହଁରେ ହସ ଫୁଟାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SCB Medical: Another great success, Vaishnavi will play and run again this time | Argus News