Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SCBକୁ ପୁଣି ଏକ ବଡ ସଫଳତା

Rashmita Mishra
Browse all articles by Rashmita Mishra
·1 year ago·1 min read
SCBକୁ ପୁଣି ଏକ ବଡ ସଫଳତା

Key Points

ଏସସିବି ମେଡିକାଲ କଲେଜରେ ଯୋଡ଼ିହେଲା ଆଉ ଏକ ସଫଳତା
ବଡ଼ ଭଉଣୀ ଦେଲା ସାନ ଭଉଣୀକୁ ନୂଆ ଜୀବନ
ରାଜ୍ୟରେ ପ୍ରଥମ ଶିଶୁ Bone Marrow ପ୍ରତିରୋପଣରେ ମାଇଲଷ୍ଟୋନ ସ୍ଥାପନ କଲା ଏସସିବି

ବଡ଼ ଭଉଣୀ ଆତିଫା ନାଜଙ୍କ ଷ୍ଟେନ ସେଲ ପ୍ରତିରୋପଣ ପରେ ରକ୍ତକର୍କଟକୁ ହରାଇଲା ସାନ ଭଉଣୀ ଅଲିଜା ନାଜ । ବର୍ତ୍ତମାନ ଉଭୟ ସୁସ୍ଥ ଥିବା ନେଇ ମେଡିକାଲ ହେମାଟୋଲୋଜି ବିଭାଗ ଡାକ୍ତର ସୂଚନା ଦେଇଛନ୍ତି । ଫେବୃଆରୀ ୬ ତାରିଖରେ ଦୁଇ ବର୍ଷୀୟ ରକ୍ତ କର୍କଟ ଶିଶୁ ଶରୀରରେ ଆଲୋଜେନିକ୍‌ ପଦ୍ଧତିରେ ସଫଳତାର ସହିତ Bone Marrow ପ୍ରତିରୋପଣ କରାଯାଇଥିଲା। ଦୁଇରୁ ତିନି ଦିନ ମଧ୍ୟରେ ଉଭୟ ଡିସଚାର୍ଜ ହେବେ ବୋଲି ହେମାଟୋଲୋଜି ବିଭାଗ ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି ।


ପ୍ରତିରୋପଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଉଭୟ ଦାତା ଓ ଗ୍ରହିତା ବର୍ତ୍ତମାନ ସୁସ୍ଥ ଅଛନ୍ତି । ରାଜ୍ୟ ସରକାରଙ୍କ ନିଶୁଳ୍କ ସେବା ଜରିଆରେ ଆହୁରି ଅନେକ ରୋଗୀ ଉପକୃତ ହେବେ । ଏବଂ ଆଗକୁ ମଧ୍ୟ ଏହି ସଫଳତା ଜାରି ରହିବ ବୋଲି କହିଛନ୍ତି ଏସସିବି ଅଧିକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ଓ ହେମାଟୋଲୋଜି ପ୍ରଫେସର ରବୀନ୍ଦ୍ର କୁମାର ଜେନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୧୪ ମସିହାରୁ ଏସସିବିରେ ଏଯାବତ ୧୭୬ ଜଣଙ୍କ Bone Marrow ପ୍ରତିରୋପଣ ସଫଳତାର ସହ କରାଯାଇଛି । ଏହା ଆଗକୁ ମଧ୍ୟ ଏହା ଜାରି ରହିବ।

Sponsored
SCB Medical College adds another success | Argus News