Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Assembly adjourn / ସ୍ବାଭାବିକ ହୋଇପାରୁନି ବିଧାନସଭା,ବିରୋଧୀ ଅଟଳ, ଗୃହ ଅଚଳ

Bikash Mohanty
Browse all articles by Bikash Mohanty
·3 months ago·2 min read
ସ୍ବାଭାବିକ ହୋଇପାରୁନି ବିଧାନସଭା,ବିରୋଧୀ ଅଟଳ, ଗୃହ ଅଚଳ
Assembly

Key Points

ବିଧାନସଭାରେ ଥମୁନି ଏସ୍‌ସିବି ମେଡିକାଲ ତାତି
ପ୍ରତିଦିନ ବିଧାନସଭା ଉଠୁଛି ପଡ଼ୁଛି
୧୭ ତାରିଖରୁ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ
ଭୁବନେଶ୍ବର ୩୦/୦୩: :ଚାଲି ପାରୁନି ବିଧାନସଭାର ବଜେଟ ଅଧିବେଶନ। ଗତ ୧୭ ତାରିଖଠାରୁ ସ୍ବାଭାବିକ ହୋଇପାରୁନି ଗୃହ। ୮ ଦିନ ହେଲା ଗୃହ ଚାଲୁନି। ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ୧୭ ତାରିଖରୁ ଲଗାତାର ଭାବେ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି।  ବାରମ୍ବାର ବାରମ୍ବାର ବିଫଳ ହେଉଛି ସର୍ବଦଳୀୟ ବୈଠକ । ପ୍ରତିଦିନ ବିନା ବିରୋଧୀ ଦଳରେ ହେଉଥିବା ଖର୍ଚ୍ଚଦାବି ଆଲୋଚନା ନାମକୁ ମାତ୍ର ଚାଲିଛି। ତେବେ ଆଜି ପ୍ରଶ୍ନକାଳରେ ଅର୍ଥ - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ - ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ-ସଂସଦୀୟ ବ୍ୟାପାର - ସ୍ୱରାଷ୍ଟ୍ର - ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିଭଳି ଅପରାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି।

ବିଧାନସଭାର ଚଳିତ ଅଧିବେଶନ ଏପ୍ରିଲ୍‌ ୮ ତାରିଖ ପର୍ଯ୍ୟନ୍ତ ଚାଲିବାର ଅଛି। ଅବଶ୍ୟ ଆଗୁଆ ସରିବାର ସମ୍ଭାବନା ଅଧିକ। ଯେତିକି ଦିନ ବିଧାନସଭା ଚାଲିବ, ସେଥିରେ ଗୃହରେ ହଟ୍ଟଗୋଳ ହେବା ଥୟ। ଆଜି ବିରୋଧୀ ଦଳ ପୁନର୍ବାର ଗୃହ ବନ୍ଦ କରିବେ। କାରଣ ପୂର୍ବାହ୍ଣରେ ମହାତ୍ମା ଗାନ୍ଧୀ ମାର୍ଗରେ ମିଳିତ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ନଚେତ ବରଖାସ୍ତ ଦାବିରେ ଏହି ବିକ୍ଷୋଭ କରାଯାଉଛି। ତେଣୁ ଗୃହ ଭିତରେ ବି ବିରୋଧୀ ଦଳ ଗର୍ଜନ କରିବେ। ଗୃହ କାର୍ଯ୍ୟ ନିଶ୍ଚିତ ବାଧାପ୍ରାପ୍ତ ହେବ। ବିଜେଡି କୌଣସି ପରିସ୍ଥିତିରେ ଏସ୍‌ସିବି ନିଆଁ ପ୍ରସଙ୍ଗରେ କୋହଳ ମନୋଭାବ ପୋଷଣ କରିବା ସ୍ଥିତିରେ ନାହିଁ। ନିଜେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହ ଭିତରେ ଓ ବାହାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ନିଆଁ ଲାଗିବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ SCB ମେଡିକାଲ ଯାଇଥିଲେ।.ଦୁଇଟି କମିଟି କରାଯାଇଛି।ବିଚାର ବିଭାଗୀୟ ତଦନ୍ତ ହେଉଛି।  କାହାକୁ ଘଣ୍ଟ ଘୋଡା ଯାଉନି। ଯିଏ ଦୋଷୀ, ତଦନ୍ତ ରିପୋର୍ଟ ଆଧରରେ କାର୍ଯ୍ୟାନୁଷ୍ଠାନ ହେବ। ହେଲେ ଏଥିପାଇଁ ଏକ ପ୍ରକ୍ରିୟା ଅଛି।  ନବୀନ ପଟ୍ଟନାୟକଙ୍କ ସମୟରେ ତାଙ୍କର ଅନେକ ମନ୍ତ୍ରୀମାନଙ୍କ ନାଁରେ ଅପରାଧିକ ମାମଲା ଆସିଥିଲା. ସେମାନେ କଣ ଇସ୍ତଫା ଦେଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ। ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ଯେ ଉଦ୍ୟମ କରିନାହାନ୍ତି, ତାହା ନୁହେଁ। ଚାରି ଚାରି ଥର ସର୍ବଦଳୀୟ ବୈଠକ ଡକାଯାଇଥିଲେ ବି ନିଷ୍କର୍ଷ ବାହାରିପାରୁନି। ସେହିପରି ବିରୋଧୀ ଦଳକୁ ପାଲଟା ଆକ୍ରମଣ କରିବାକୁ ଶେଷ ଦୁଇ ଦିନ ଶାସକ ଦଳ ପକ୍ଷରୁ ଗୃହ ଭିତରେ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Assembly adjourn | SCB Medical Controversy Rocks Odisha Assembly | Opposition Seeks Minister’s Resignation | Argus News