Water Tank Incident / SCB ମେଡିକାଲରେ ଅଘଟଣ: ପାଣି ଟାଙ୍କିରୁ ଡେଇଁ ଯୁବକ ଗୁରୁତର
·2 hours ago·1 min read

Key Points
ପାଣି ଟାଙ୍କୀ ଉପରେ ଚଢ଼ି ଡେଇଁପଡ଼ିଲେ ମାନସିକ ରୋଗୀ...
ଯାଜପୁର ଟାଉନ ଥାନା ଅଞ୍ଚଳର ୨୧ ବର୍ଷ ଯୁବକ ରାକେଶ ପରିଡା ।
ଯାଜପୁର ଟାଉନ ଥାନା ଅଞ୍ଚଳର ୨୧ ବର୍ଷ ଯୁବକ ରାକେଶ ପରିଡା ।
କଟକସ୍ଥିତ SCB ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍ଗଳବାର ଏକ ଅଘଟଣ ଘଟିଛି । ହସ୍ପିଟାଲ ପରିସରରେ ଥିବା ଏକ ପାଣି ଟାଙ୍କି ଉପରେ ଚଢ଼ି ଜଣେ ଯୁବକ ତଳକୁ ଡେଇଁପଡ଼ିଥିବା ଜଣାପଡ଼ିଛି । ଫଳରେ ଯୁବକଜଣକ ଗୁରୁତର ଆହତ ହୋଇଛନ୍ତି ।
ଆହତ ଯୁବକ ହେଲେ ଯାଜପୁର ଟାଉନ ଥାନା ଅଞ୍ଚଳର ୨୧ ବର୍ଷୀୟ ରାକେଶ ପରିଡ଼ା । ସୂଚନା ଅନୁସାରେ, ରାକେଶଙ୍କ ମାନସିକ ସ୍ୱାସ୍ଥ୍ୟଜନିତ ସମସ୍ୟା ରହିଥିବା କୁହାଯାଉଛି । ଘଟଣା ସମୟରେ ସେ ହଠାତ୍ ପାଣି ଟାଙ୍କି ଉପରକୁ ଚଢ଼ିଯାଇଥିଲେ । ତାଙ୍କୁ ତଳକୁ ଆଣିବା ପାଇଁ ଉଦ୍ୟମ ହେଉଥିବା ବେଳେ ସେ ଡେଇଁପଡ଼ିଥିବା ଜଣାପଡ଼ିଛି ।
ତଳେ ପଡ଼ିବା ପରେ ରାକେଶ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ SCB ମେଡିକାଲର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଘଟଣାକୁ ନେଇ ହସ୍ପିଟାଲ ପରିସରରେ କିଛି ସମୟ ପାଇଁ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଘଟଣାର ସମ୍ପୂର୍ଣ୍ଣ କାରଣ ନେଇ ତଦନ୍ତ ଜାରି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories