Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆରମ୍ଭ ହେଲା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମ୍ମିଳନୀ

Smruti Parija
Browse all articles by Smruti Parija
·10 months ago·2 min read
ଆରମ୍ଭ ହେଲା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମ୍ମିଳନୀ

Key Points

ଭୁବନେଶ୍ବରରେ ଆରମ୍ଭ ହେଲା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମ୍ମିଳନୀ
ଉଦଘାଟନ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା
କହିଲେ, ଆଦିବାସୀଙ୍କ ଉନ୍ନୟନରେ ସଂସଦୀୟ କମିଟିର ଗୁରୁତ୍ବପୂର୍ଣ୍ଣ ଭୂମିକା
ମୁଖ୍ୟମନ୍ତ୍ରୀଙ୍କ ବୟାନ, ସମ୍ମିଳନୀର ପ୍ରସ୍ତାବ ଓ ପରାମର୍ଶକୁ ନେଇ ଅଣାଯିବ ନୂଆ ନୀତି
କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ, ବଂଚିତ ବର୍ଗ ଉପରକୁ ଆସିଲେ ହେବ ଦେଶ ଓ ରାଜ୍ୟର ଉନ୍ନତି

ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ବିକାଶ ଉପରେ ଫୋକସ୍। ଏହି ପଥରେ ଥିବା ଆହ୍ବାନକୁ ଚିହ୍ନଟ କରିବା ଓ ସମାଧାନ ପାଇଁ ମାର୍ଗ ଦର୍ଶନ କରିବା। ସମତା ଓ ନ୍ୟାୟଭିତ୍ତିକ ସମାବେଶୀ ଭାରତ ଗଠନ କରିବା। ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମ୍ମିଳନୀରେ ଏହି ଲକ୍ଷ୍ୟ ଉପରେ ହୋଇଛି ବିସ୍ତୃତ ଆଲୋଚନା । 2 ଦିନିଆ ସମ୍ମିଳନୀର ଉଦଘାଟନ କରିଛନ୍ତି ଲୋକସଭା ବାଚସ୍ପତି । ଓମ୍ ବିର୍ଲା କହିଛନ୍ତି ଅନୁସୂଚିତ ଜାତି ଓ ଜନଜାତିଙ୍କ ସମ୍ପର୍କରେ ରହିଥିବା କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟାନ୍ବୟନ ସମ୍ପର୍କରେ ଜାଣିବା ଦରକାର ସବୁ ବିଧାୟକ ଓ ସାଂସଦ । ଜନଜାତିଙ୍କ ପାଇଁ ଭଲ କାମ କରିଥିବା ରାଜ୍ୟର ଯୋଜନା ଓ ନୂଆ ପଦକ୍ଷେପ ଅନ୍ୟ ରାଜ୍ୟ ଅନୁଶୀଳନ କରିବା ଦରକାର ।


ସମ୍ମିଳନୀରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ କହିଛନ୍ତି ଆଦିବାସୀଙ୍କ ଶିକ୍ଷା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ। ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ସ୍ୱାଗତ ଭାଷଣ ଦେଇ କହିଲେ ସରକାରଙ୍କ ନୀତିକୁ ଦୁର୍ଗମ ଅଞ୍ଚଳବାସୀଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଏହି ସମ୍ମିଳନୀ ମାର୍ଗଦର୍ଶନ କରିବ ।


ମୁଖ୍ୟମନ୍ତ୍ରୀ କହିଲେ ଏବେ ସରକାର SC /st ବିଭାଗ ବଜେଟ ବଢ଼ାଇ 68,881 କୋଟି କରିଛନ୍ତି । Milet ମିଶନକୁ ଜୋର ଦିଆଯାଉଛି । ଆଦିବାସୀଙ୍କ ପାଇଁ forest processing ୟୁନିଟ୍ କରାଯିବ । 5 ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ସରକାରୀ ହଷ୍ଟେଲରେ ରହି ପାଠପଢୁଛନ୍ତି । ଏହି ସମ୍ମିଳନୀର ପ୍ରସ୍ତାବ ଓ ପରାମର୍ଶକୁ ସରକାର ନୂଆ ନୀତି ଆଣିବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନୂତନ ଶିକ୍ଷା ନୀତିରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ଗତ କିଛି ବର୍ଷରେ ଶିକ୍ଷାର୍ଥୀଙ୍କ ସଂଖ୍ୟା 46 ରୁ 66 ଲକ୍ଷ ଯାଏଁ ବଢିଛି । ମାତୃଭାଷାରେ ପ୍ରାଥମିକ ଶିକ୍ଷାଦେବାର ବ୍ୟବସ୍ଥା ହୋଇଛି । ଓଡ଼ିଶାରେ ୧୭ଟି ସ୍ଥାନୀୟ ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି। ଗତ ୧୦ ବର୍ଷରେ ରାଜ୍ୟରେ ଶିକ୍ଷାରେ ଅଭିବୃଦ୍ଧି ଘଟିଛି । ବଞ୍ଚିତ ବର୍ଗ ଉପରକୁ ନଆସିଲେ ଦେଶ ତଥା ରାଜ୍ୟର ବିକାଶ ଅସମ୍ଭବ।


କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ପିଏମ ଜନମନ ଓ ଧରତୀଆବା ଗ୍ରାମ ଉତ୍କର୍ଷ ଯୋଜନାରେ 5 କୋଟି ଆଦିବାସୀ ସିଧାସଳଖ ଲାଭ ପାଇବେ । ଏକଲବ୍ୟ ମଡେଲ ସ୍କୁଲ ଓ ବିଭିନ୍ନ ଆଶ୍ରମ ସ୍କୁଲ ଦ୍ୱାରା ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ଅଭିନବ ପଦକ୍ଷେପ ନିଆଯାଇଛି ।


1994 ପରେ ପ୍ରଥମ ଥର ଓଡ଼ିଶାରେ ହେଉଥିବା ଏହି ସଂସଦୀୟ କମିଟିର ସମ୍ମିଳନୀରେ ୨୦୦ରୁ ଅଧିକ ପ୍ରତିନିଧି ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା କମିଟିର ଜଣେ ଲେଖାଏଁ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଓ ୪ ଜଣ ବିଧାୟକ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ ଜଣ ସଦସ୍ୟ ଅଛନ୍ତି ।

Sponsored
scheduled-caste-and-scheduled-tribe-welfare-conference-begins-in-bhubaneswar | Argus News