Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସକାଳ 8 ଟାରୁ ଗୋଟାଏ ଯାଏଁ ମଥୁରା ନଗରୀର ସମସ୍ତ ସ୍କୁଲ କଲେଜରେ ହେବ ପାଠ ପଢା

Smruti Parija
Browse all articles by Smruti Parija
·1 year ago·1 min read
ସକାଳ 8 ଟାରୁ ଗୋଟାଏ ଯାଏଁ ମଥୁରା ନଗରୀର ସମସ୍ତ ସ୍କୁଲ କଲେଜରେ ହେବ ପାଠ ପଢା

Key Points

ଧନୁଯାତ୍ରା ପାଇଁ ବଦଳିଲା ସ୍କୁଲରେ ପାଠ ପଢା ସମୟ ।

ବରଗଡ଼: ଧନୁଯାତ୍ରା ପାଇଁ ବଦଳିଲା ସ୍କୁଲରେ ପାଠ ପଢା ସମୟ । ଧନୁଯାତ୍ରାରେ ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ଶିକ୍ଷା ବିଭାଗର ନିଷ୍ପତ୍ତି । ସକାଳ ୧୦ ଟା ରୁ ୪ ଟା ପରିବର୍ତ୍ତେ ସକାଳ 8 ଟାରୁ ଗୋଟାଏ ପର୍ଯ୍ୟନ୍ତ ମଥୁରା ନଗରୀର ସମସ୍ତ ସ୍କୁଲ କଲେଜରେ ହେବ ପାଠ ପଢା ।


ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଏଥର ଦର୍ଶକଙ୍କ ଭିଡ ବଢିବାରେ ଲାଗିଛି । ମହୋତ୍ସବ ସରିବା ପାଇଁ ଆଗକୁ ଆହୁରି ୮ ଦିନ ବାକି ରହିଛି । ଫଳରେ ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ଶିକ୍ଷା ବିଭାଗ ଆସନ୍ତା ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମଥୁରାନଗରୀ (ବରଗଡ଼ ସହର)ରେ ରହିଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢା ସମୟକୁ ପରିବର୍ତ୍ତନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜିଲ୍ଲା ଶିକ୍ଷା ବିଭାଗର ପତ୍ରସଂଖ୍ୟା-୨୭୨, ତା-୪।୧।୨୫ ରିଖ ଅନୁଯାୟୀ, ଏଣିକି ଧନୁଯାତ୍ରା ମହୋତ୍ସବ ସରିବା ପର୍ଯ୍ୟନ୍ତ ବରଗଡ଼ ସହରରେ ରହିଥିବା ସମସ୍ତ ସ୍କୁଲ, କଲେଜ ଗୁଡ଼ିକରେ ସକାଳ ୮ ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠପଢା ଚାଲିବ । ଧନୁଯାତ୍ରା ସରିବା ପରେ ପୂର୍ବ ନିର୍ଦ୍ଧାରିତ ସମୟରେ ଛାତ୍ରୀଛାତ୍ରଙ୍କ ପାଠପଢା ପୁଣି ଆରମ୍ଭ ହେବ ।

Sponsored
school-and-college-time-changed-for-dhanuyatra | Argus News