Videos
|
Odisha

School Bus Overturns / ଚିଙ୍ଗୁଡିପାଳରୁ ଗଡ଼ିଲା ବସ୍‌, ସ୍କୁଲ ଯିବେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଚିଙ୍ଗୁଡିପାଳରୁ ଗଡ଼ିଲା ବସ୍‌, ସ୍କୁଲ ଯିବେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ
School Bus Overturns

Key Points

ନଗଡ଼ାରୁ ଗଡିଲା ସ୍କୁଲ୍ ବସ୍
୫୦ରୁ ଉର୍ଦ୍ଧ୍ୱ ଡ୍ରପଆଉଟ୍ ଛାତ୍ରଛାତ୍ରୀ ଗଲେ ସ୍କୁଲ୍
ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗାଁର ୫୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ଯାଉନଥିଲେ

ନଗଡ଼ାରେ ଖୁସିରେ ମାହୋଲ। ସ୍କୁଲ ଯିବେ ଛାତ୍ରଛାତ୍ରୀ। ନଗଡ଼ାରୁ ଗଡିଲା ସ୍କୁଲ୍ ବସ୍ । ୫୦ ରୁ ଉର୍ଦ୍ଧ ଡ୍ରପଆଉଟ୍ ଛାତ୍ରଛାତ୍ରୀ ଗଲେ ସ୍କୁଲ୍ । ସୁକିନ୍ଦା ବ୍ଳକର ଚିଙ୍ଗୁଡିପାଳ ପଞ୍ଚାୟତର ନଗଡା ଗ୍ରାମରେ ଥିବା ୫୦ରୁ ଅଧିକ ଡ୍ରପଆଉଟ ଛାତ୍ରଛାତ୍ରୀ ବିଦ୍ୟାଳୟ ଯାଇଛନ୍ତି । ଘରଠାରୁ ସ୍କୁଲ ୩୪ କିଲୋମିଟ ଥିବାରୁ ଯାତାୟତରେ ସମସ୍ୟା ହେଉଥିବାରୁ ସ୍କୁଲ୍ ନଯାଇ ଘରେ ରହୁଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ ଯୋଗାଇ ଦେବାରୁ ସ୍କୁଲ୍ ଯାଇଛନ୍ତି ନଗଡା ଅଞ୍ଚଳର ଛାତ୍ରଛାତ୍ରୀ । ଶିଶୁ ଅଧିକାର କର୍ମୀ ମଣ୍ଟୁଦାସ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ସହ ସେମାନଙ୍କ ଯିବାଆସିବ ପାଇଁ ବସ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।

ଜିଲ୍ଲାପାଳ ଜିଲ୍ଲା ଖଣିଜ ପାଣ୍ଠିରୁ ଛାତ୍ରଛାତ୍ରୀଙ୍କ ଯିବାଆସିବ ପାଇଁ ବସ ଯୋଗାଇ ଦେଇଛନ୍ତି । ଯାହାଫଳରେ ନଗଡାରୁ ସୌରିକ ଉଚ୍ଚ ବିଦ୍ୟାଳୟକୁ ପ୍ରତିଦିନ ୫୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ଯିବେ । ଅନ୍ୟପଟେ ସ୍କୁଲ୍ ଯାଇ ବେଶ ଖୁସି ଅଛନ୍ତି ନଗଡା ଅଞ୍ଚଳର ଛାତ୍ରଛାତ୍ରୀମାନେ । ଯେଉଁମାନେ ସ୍କୁଲ ଯାଉନଥିଲେ ବା ଯିବା ଇଚ୍ଛା ପ୍ରକାଶ କରୁନଥିଲେ ବର୍ତ୍ତମାନ ସେହି ପିଲାମାନେ ସ୍କୁଲ ଯିବାକୁ ମନବଳାଉଛନ୍ତି।ଦିନ ଥିଲା ନଗଡ଼ାର ନା କହିଲାବେଳକୁ ଅପପୃଷ୍ଟିର ସେ ଚିତ୍ର ମନକୁ ଭୟ ଆଣୁଥିଲା। କିନ୍ତୁ ବର୍ତ୍ତମାନ ବଦଳିଛି ନଗଡ଼ାର ଚିତ୍ର। ଅପପୃଷ୍ଟି ୯୯ ପ୍ରତିଶତ ଦୂର ହୋଇସାରିଛି । ନଗଡ଼ାର ଭିତ୍ତିଭୂମି ବିକାଶ ସହ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇଛି। ଦିନେ ଅପହଞ୍ଚ ଓ ଅପପୃଷ୍ଟି ପାଇଁ ଚର୍ଚ୍ଚାରେ ଥିବା ନଗଡ଼ା ଆଜି ବିକାଶ ପାଇଁ ଚର୍ଚ୍ଚାରେ ରହିଛି ।

ଏଥିସହ ପଢ଼ନ୍ତୁ: ମରିଯାଇଥିବା ମହିଳା ସ୍ୱର୍ଗରୁ ଫେରିଆସିଲେ, କହିଲେ ଯମରାଜ ବୋଲି କେହି ନାହାନ୍ତି...

ବିଜେଡି ସରକାର ଥିବାବେଳେ ଯେଉଁ କାର୍ଯ୍ୟ କରିପାରିନଥିଲେ ବର୍ତ୍ତମାନ ବିଜେପି ସରକାରର ମାତ୍ର ଗୋଟେ ବର୍ଷ ଶାସନ ହୋଇଥିବାବେଳେ ବଡ଼ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ବିକାଶ ଏବେ ନଗଡ଼ାର ପରିଚୟ ସାଜିଛି । ଅପହଞ୍ଚ ଅଂଚଳ ଏବେ ଗମନାଗମନ ସୁବିଧା ହୋଇଛି । ବିକାଶ ପାଇଁ ବିଜେପି ଓ ବିଜେଡ଼ି ମୁହାମୁହିଁ ହେବା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । କିନ୍ତୁ ସମୟ ବଦଳିଛି ଆଉ ପରିବର୍ତ୍ତନ ମଧ୍ୟ ହୋଇଥିବା ଦେଖିବାକୁ ମଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Related Topics

Explore more stories