ବିପଦପୂର୍ଣ୍ଣ ବାଉଁଶ ପୋଲରେ ନଦୀ ପାର ହେଉଛନ୍ତି ସ୍କୁଲ ପିଲା

Key Points
ଭଙ୍ଗାପୋଲର ଏପାଖରେ ଜୀବନ, ସେପାଖରେ ଜୀବିକା
ପାଠ ପଢ଼ିବାକୁ ଭଙ୍ଗା ବାଉଁଶ ପୋଲ ଦେଇ ଜୁଆରିଆ ନଦୀ ପାର ହେଉଛନ୍ତି ସ୍କୁଲ ପିଲା
ଏ ହେଉଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର କୁଞ୍ଜକୋଠୀ ଓ ଜପା ପଞ୍ଚାୟତର ଅନେକ ଗାଁ
ଭଙ୍ଗାପୋଲର ଏପାଖରେ ଜୀବନ, ସେପାଖରେ ଜୀବିକା । ମଝିରେ ନଦୀ ନୁହେଁ ତ ଯେମିତି ଯୁଦ୍ଧ କ୍ଷେତ୍ର । ଏଠି ପ୍ରତିଦିନ ଶହ ଶହ ଗ୍ରାମବାସୀଙ୍କର ଚାଲେ ଜୀବନ ଯୁଦ୍ଧ । ନଦୀ ଆରପଟକୁ ଗଲେ ଜୀବନ ଧାରା ଆଗକୁ ଗଡିବ । ହେଲେ ମଝିରେ ଯମଦୂତ ପରି ଛକି ବସିଛି ଏ ନଈ। ପାଠ ପଢ଼ିବାକୁ ଭଙ୍ଗା ବାଉଁଶ ପୋଲ ଦେଇ ଗଭୀର ଜୁଆରିଆ ନଦୀ ପାର ହେଉଛନ୍ତି ସ୍କୁଲ ପିଲା। ଏହେଉଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର କୁଞ୍ଜକୋଠୀ ଓ ଜପା ପଞ୍ଚାୟତର ଅନେକ ଗାଁ।
ବାଉଁଶ ପୋଲ ଭାଙ୍ଗି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାରୁ ଏହି ଜୁଆରିଆ ନଦୀ ଆଁରେ ବାଜି ଲାଗିଛି ଶହ ଶହ ଜୀବନ। ତୁରନ୍ତ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ପୂର୍ବ ବିଜେଡ଼ି ସରକାରଙ୍କ ନିକଟରେ ଅଭିଯୋଗ କରି କରି ନିରାଶ ହେଇଥିଲାବେଳେ ଲୋକେ ଏବେ ନୂଆ ବିଜେପି ସରକାରଙ୍କ ଉପରେ ଭରସା କରିଛନ୍ତି। ଦେଖାଯାଉ କେବେ ଏମାନଙ୍କର ଦୁଃଖ ଦୂର ହେବ।