Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଲ ପିଲାଙ୍କୁ ସଡ଼କ ସୁରକ୍ଷା ଅଭିଯାନ ଅନ୍ତର୍ଗତ କରାଯିବ ସଚେତନ

Ritu Das
Browse all articles by Ritu Das
·1 year ago·2 min read
ସ୍କୁଲ ପିଲାଙ୍କୁ ସଡ଼କ ସୁରକ୍ଷା ଅଭିଯାନ ଅନ୍ତର୍ଗତ କରାଯିବ ସଚେତନ

ନାବାଳକ ନାବାଳିକାଙ୍କ ଦ୍ବାରା ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ଏଣିକି ସ୍କୁଲ ଶିକ୍ଷାରେ ସଡ଼ ସୁରକ୍ଷାକୁ ଅନ୍ତର୍ଭୁକ୍ତ କରାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏକ୍ସରେ ପୋଷ୍ଟ କରି ଏନେଇ ଉଭୟ କେନ୍ଦ୍ରମନ୍ତ୍ରୀ ଦେଇଛନ୍ତି ସୂଚନା।


କେନ୍ଦ୍ର ଶିକ୍ଷାମନ୍ତ୍ରୀ ଲେଖିଛନ୍ତି - ସଡ଼କ ଦୁର୍ଘଟଣା ଓ ଅସୁରକ୍ଷିତ ଗାଡ଼ି ଚାଳନା ଯୋଗୁ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ବ୍ୟକ୍ତିଗତ କଲ୍ୟାଣ, ଜନସ୍ୱାସ୍ଥ୍ୟ ଏବଂ ଆର୍ଥିକ ଉତ୍ପାଦକତା ଉପରେ ସୁରକ୍ଷିତ ଗତିଶୀଳତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପଲବ୍ଧ କରି ସଡ଼କ ପରିବହନ ମନ୍ତ୍ରାଳୟ ଓ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି।
'ସଡ଼କ ସୁରକ୍ଷା ଅଭିଯାନ'କୁ ସମଗ୍ର ଭାରତର ବିଦ୍ୟାଳୟ ଗୁଡିକରେ ବିସ୍ତାର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ, ସ୍କୁଲ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ସଡ଼କ ସୁରକ୍ଷା ଉପରେ ସଚେତନତା ବୃଦ୍ଧି କରିବା, ସୁରକ୍ଷାର ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହିତ ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂ ଆଚରଣରେ ନାଗରିକଙ୍କ ସମ୍ପୃକ୍ତି ଏବଂ ସାର୍ବଜନୀନ ପଦକ୍ଷେପ ନିଆଯିବ। ଦୁଇ ମନ୍ତ୍ରାଳୟର ଏଭଳି ପ୍ରୟାସକୁ ସ୍ବାଗତ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହପରି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ୍ସରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷାକୁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଶିକ୍ଷା ମନ୍ତ୍ରଣାଳୟର ସକ୍ରିୟ ସହୟୋଗରେ ଆମେ ସଡ଼କ ସୁରକ୍ଷା ଅଭିଯାନକୁ ସମଗ୍ର ଦେଶର ବିଦ୍ୟାଳୟଗୁଡ଼ିକରେ ବିସ୍ତାର କରିବା ପାଇଁ ପ୍ରସ୍ତୁତ ଅଛୁ, ଯାହା ଆମର ଭବିଷ୍ୟତ ପିଢ଼ିକୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇବା ପାଇଁ ଉଦ୍ଦିଷ୍ଟ।


ନିରାପଦ ସ୍କୁଲ ଜୋନ୍ ପ୍ରତିଷ୍ଠା, ସ୍କୁଲ ସମୟରେ ପିଲାଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ କଠୋର ନିୟମାବଳୀ ଲାଗୁ କରିବା ଏବଂ ସ୍କୁଲ ବସ୍ ଓ ଭ୍ୟାନରେ ସୁରକ୍ଷା ମାନର ସମ୍ପୂର୍ଣ୍ଣ ଅନୁପାଳନ ସୁନିଶ୍ଚିତ କରିବା ଉପରେ ମଧ୍ୟ ଆମେ ଆଲୋଚନା କରିଛୁ। ସମସ୍ତ ଅଂଶୀଦାରଙ୍କ ସମନ୍ୱିତ ପ୍ରୟାସ ଦ୍ୱାରା, ମୁଁ ନିଶ୍ଚିତ ଯେ ଆମେ ଭାରତର ପ୍ରତ୍ୟେକ ଶିଶୁଙ୍କ ପାଇଁ ସୁରକ୍ଷିତ ସଡ଼କର ଆମର ଲକ୍ଷ୍ୟର ନିକଟତର ହେବୁ।

Sponsored
school-children-will-be-sensitized-under-road-safety-campaign | Argus News