Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଦ୍ରକରେ ବ୍ୟାପୁଛି ଝାଡାବାନ୍ତି; ଆହୁରି ଦୁଇ ଦିନ ବଢିଲା ସ୍କୁଲ କଲେଜ ଛୁଟି ଅବଧି

Smruti Parija
Browse all articles by Smruti Parija
·1 year ago·1 min read
ଭଦ୍ରକରେ ବ୍ୟାପୁଛି ଝାଡାବାନ୍ତି; ଆହୁରି ଦୁଇ ଦିନ ବଢିଲା ସ୍କୁଲ କଲେଜ ଛୁଟି ଅବଧି

Key Points

ଆହୁରି ଦୁଇ ଦିନ ବଢିଲା ସ୍କୁଲ,କଲେଜ, ଅଙ୍ଗନବାଡି ଛୁଟି ଅବଧି

ଭଦ୍ରକ ଜିଲ୍ଲାରେ ବ୍ୟାପୁଛି ଝାଡ଼ାବାନ୍ତି

ଜିଲ୍ଲାରେ 20 ଓ 21 ତାରିଖ ଦୁଇ ଦିନ ଛୁଟି ଘୋଷଣା

ଯାଜପୁର ପରେ ଭଦ୍ରକରେ ମଧ୍ୟ ଆହୁରି ଦୁଇ ଦିନ ବଢିଲା ସ୍କୁଲ,କଲେଜ, ଅଙ୍ଗନବାଡି ଛୁଟି ଅବଧି । ଭଦ୍ରକ ଜିଲ୍ଲାରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଅଙ୍ଗନବାଡି, ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ୨ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ଜିଲ୍ଲାରେ 20 ଓ 21 ତାରିଖ ଦୁଇ ଦିନ ଛୁଟି ଘୋଷଣା ହୋଇଛି । ସେପଟେ ଭଦ୍ରକରେ ଡାଇରିଆର ସ୍ଥିତି ସମୀକ୍ଷା କରୁଛନ୍ତି କେନ୍ଦ୍ରିୟ ଟିମ୍‌।


ସୂଚନାନୁଯାୟୀ, ଖରାଛୁଟି ପରେ ସ୍କୁଲ, କଲେଜ, ଅଙ୍ଗନବାଡି ଗୁଡିକ 20 ତାରିଖରୁ ଖୋଲିବାକୁ ଥିଲା । ହେଲେ ଯାଜପୁର ପରେ ଭଦ୍ରକରେ ବି ଡାଇରିଆ ବ୍ୟାପୁଥିବାରୁ ଆହୁରି ଦୁଇ ଦିନ ଛୁଟି ଅବଧି ବଢାଯାଇଛି । ଶୁକ୍ରବାର , ଶନିବାର ଛୁଟି ହୋଇଥିବାବେଳେ 22 ତାରିଖ ରବିବାର ପଡୁଛି । ତେବେ 23 ରେ ସ୍କୁଲ କଲେ ଜ ଖୋଯାଇପାରେ । ସ୍କୁଲ କେବେ ଖୋଲିବ ଏହି ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ରଖାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
school-college-anganwadi-vacation-period-extended-by-two-more-days-in-bhadrak | Argus News