Schools Closed / ପ୍ରବଳ ବର୍ଷା-ବନ୍ୟା ପାଇଁ ସ୍କୁଲ୍ରେ ତାଲା, ୩ ଜିଲ୍ଲାରେ ଛୁଟି ଘୋଷଣା

Key Points
ପ୍ରବଳ ବର୍ଷା-ବନ୍ୟା ପାଇଁ ସ୍କୁଲ୍ରେ ତାଲା, ୩ ଜିଲ୍ଲାରେ ଛୁଟି ଘୋଷଣା ।
ଯାଜପୁର, ଭଦ୍ରକ ଓ ନବରଙ୍ଗପୁରରେ ସ୍କୁଲ-ଅଙ୍ଗନବାଡ଼ି ଛୁଟି ।
ଯାଜପୁର, ଭଦ୍ରକ ଓ ନବରଙ୍ଗପୁରରେ ସ୍କୁଲ-ଅଙ୍ଗନବାଡ଼ି ଛୁଟି....ରାଜ୍ୟରେ ଜାରି ରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପଦକ୍ଷେପ । ଯାଜପୁର ଜିଲ୍ଲାର ୮ଟି ବ୍ଲକ ୧୬୨ଟି ସ୍କୁଲ ବନ୍ଦ ନିର୍ଦ୍ଦେଶ । ଭଦ୍ରକ ଜିଲ୍ଲାର ତିହିଡ଼ି, ଭଦ୍ରକ ଓ ଚାନ୍ଦବାଲିର ୮୯ଟି ସ୍କୁଲ ଛୁଟି ।
ବନ୍ୟା ପରେ ଛାଡ଼ୁନି ବର୍ଷା । ପଛକୁ ପଛ ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ଟିକିଏ ପାଣି ଛାଡ଼ିଲା ବେଳକୁ ପୁଣି ବର୍ଷୁଛି । ଫଳରେ ବନ୍ୟାଞ୍ଚଳରୁ ପାଣି ଛାଡ଼ୁନି । ବର୍ଷା, ବନ୍ୟା ଲୋକଙ୍କ ଦୁର୍ଦ୍ଦଶା ବଢାଇଥିବା ବେଳେ ପିଲାଙ୍କ ପାଠପଢ଼ାରେ ଏକ ପ୍ରକାର ଡୋରି ବନ୍ଧା ହୋଇଛି ।
ଯାଜପୁର ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ବରୀ, ଦଶରଥପୁର, ବିଞ୍ଝାରପୁର, ରସୁଲପୁର, କୋରେଇ, ଧର୍ମଶାଳା, ଯାଜପୁର, ବଡ଼ଚଣା ଆଦି ୮ଟି ବ୍ଲକର ୧୬୨ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେହିଭଳି ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ୩ଟି ବ୍ଲକରେ ବନ୍ଦ ରହିବ ବିଦ୍ୟାଳୟ । ଭଦ୍ରକ, ତିହିଡି ଓ ଚାନ୍ଦବାଲି ବ୍ଲକର ୮୯ଟି ସ୍କୁଲ ଆସନ୍ତାକାଲି ଛୁଟି ଘୋଷଣା କରାଯାଇଛି ।
ସୋମବାର ଅଗଷ୍ଟ ୨୪ରେ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଜିଲ୍ଲାପାଳ ନିର୍ଦ୍ଦେଶଶାନାମା ଜାରି କରିଛନ୍ତି ।
ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ମଧ୍ୟ ବଜ୍ରପାତ ଆଶଙ୍କା ରହିଛି । ଅନ୍ୟ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।
ସମୁଦ୍ର ଅଶାନ୍ତ ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ସମୁଦ୍ରକୁ ବାରଣ କରାଯାଇଛି । ଜୁନ ୧ରୁ ଏଯାବତ ୧୦୪୪.୮ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷାଠାରୁ ୨୬ ପ୍ରତିଶତ ଅଧିକ । କେବଳ ନବରଙ୍ଗପୁରରେ ବର୍ଷା ନିଅଣ୍ଟିଆ ରହିଛି ।
📱 Get Argus News App
✨Related Topics
Explore more stories