Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

School Holiday / ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା: SRCଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷ ବିଭାଗ

Rashmita Mishra
Browse all articles by Rashmita Mishra
·2 months ago·2 min read
 ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା: SRCଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷ ବିଭାଗ
School Holiday

Key Points

ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା । 
SRCଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷ ବିଭାଗ । 

ଡହ ଡହ ଖରା... ଜଳି ଯାଉଛି ଦେହ । ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ସକାଳ ୯ଟାରେ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡ଼ିଥିବା ବେଳେ କେତକ ସ୍ଥାନରେ ବିଦ୍ୟାଳୟ ବନ୍ଦ କରିଛି ପ୍ରଶାସନ ।

ଖରାରର ପ୍ରକୋପ ବଢୁଥିବା ନେଇ ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି । ଆଜି ସ୍କୁଲ ଛୁଟି ହେବା ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏସଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷ ବିଭାଗ । ତାପମାତ୍ରା ବଢୁଥିବା ବେଳେ ୧୮ ରୁ ଅଧିକ ଜିଲ୍ଲାରେ ସ୍କୁଲ ଛୁଟି ହେଲାଣି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ ଯେ ସ୍କୁଲ ଛୁଟି ନେଇ ଗୁରୁବାର ଦିନ ଅର୍ଥାତ ଆଜି ନିଆଯିବ ବଡ଼ ନିଷ୍ପତ୍ତି । ଏସଆରସିଙ୍କ ସହ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଏବେ ଖରାର ପ୍ରକୋପ ଜାରି ରହିଛି । ଯାହାକୁ ରାଜ୍ୟରେ ଅନେକ ଜିଲ୍ଲାର ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ତାପମାତ୍ରା ବଢୁଥିବା ଲାଗି ୧୮ରୁ ଅଧିକ ଜିଲ୍ଲାରେ ଛୁଟି ଘୋଷଣା ହୋଇସାରିଲାଣି । ଏପିରିକି କିଛି କିଛି ଜିଲ୍ଲା ମଧ୍ୟ ନିଜ ନିଜ ଅଞ୍ଚଳରେ ଛୁଟି ଅବଧିକୁ ବୃଦ୍ଧି କରୁଛନ୍ତି ।

ସେପଟେ ଆସନ୍ତା ୪ ଦିନ ଯାଏ ସ୍ଥିତି ବଦଳିବ ନାହିଁ... ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି । ଉପକୂଳ ଓଡ଼ିଶାରେ ୪୧ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ପ୍ରବଳ ତାତି ଅନୁଭୂତ ହେଉଛି । ଗତକାଲି ଝାରସୁଗୁଡ଼ାରେ ଦିନ ୨ଟା ୩୦ ସୁଦ୍ଧା ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀରେ ପାରଦ ୪୧ ଡିଗ୍ରୀ ଛୁଇଁଛି ।

ବଢ଼ିବ ସୂର୍ଯ୍ୟଦେବଙ୍କ କୋପ ବୋଲି ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଡେଇଁପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶା ବି ବର୍ତ୍ତିବ ନାହିଁ । ବୁଧବାର ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଢେଙ୍କାନାଳ ଦଶମ ଉତ୍ତପ୍ତ ସହର ଓ ଅନୁଗୁଳ ୧୨ତମ ସ୍ଥାନରେ ରହିଥିଲା । ପାଣିପାଗ ବିଭାଗ ସତର୍କ କରାଇଛି, ଆଗକୁ ବି ଏହି ଅସହ୍ୟ ତାତିରୁ ନିସ୍ତାର ମିଳିବାର ଆଶା କ୍ଷୀଣ । ତାତି ଆହୁରି ବଢ଼ିବ, ଅସମ୍ଭାଳ ହେବ ।

ଝାରସୁଗୁଡ଼ାରେ ୪୪.୬ ଡିଗ୍ରୀ ସେଲ୍ସିୟସ୍, ତାଳଚେରରେ ୪୩.୫, ଭୁବନେଶ୍ୱର ୪୧.୨, ପାରଳାଖେମୁଣ୍ଡିରେ ୪୦.୮, ବାରିପଦାରେ ୪୦.୬ ଡିଗ୍ରୀ । ପଶ୍ଚିମରୁ ଉପକୂଳ, ଦକ୍ଷିଣ, ଉତ୍ତର ଓଡ଼ିଶା ଦାଉ ଦାଉ ଜଳିଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ । ୨୫ ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଡେଇଁଯାଇଥିଲା । ଆକାଶରୁ ନିଆଁ ବର୍ଷିଥିଲା । ମୁଣ୍ଡ ଝାଇଁ ଝାଇଁ କରି ଦେଉଥିଲା । ତାତି ଏତେ ଅଧିକ ଥିଲା ଯେ, କେଇ ମିନିଟ ବାହାରକୁ ଗଲେ ନିଆଁ ପାଖରେ ବସିବା ଭଳି ଲାଗୁଥିଲା । ସକାଳ ୮ଟା ବେଳକୁ ସ୍ଥିତି ଅସହ୍ୟ ହୋଇ ପଡ଼ିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
School Holiday | Big Announcement on School Holidays, Decision Soon After SRC Meeting | Argus News