School Closed / ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ୨୨ ଯାଏଁ ବନ୍ଦ ରହିବ
·2 months ago·2 min read

Key Points
ପୁରୀ ଜିଲ୍ଲାରେ ୨୨ ତାରିଖ ଯାଏଁ ବଢ଼ିଲା ଛୁଟି ଅବଧି
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି
ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

ପୁଣି ବଢ଼ିଲା ସ୍କୁଲ ଛୁଟି.... ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲ୍ ଅର୍ଥାତ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆସନ୍ତା ଜୁନ୍ ୨୨ ତାରିଖ ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି କଳାହାଣ୍ଡିର ସମସ୍ତ ସ୍କୁଲ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଆଜି ୧୮ ତାରିଖରେ ସମସ୍ତ ସ୍କୁଲ ଖୋଲିବାର ଥିଲା । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଥିଲେ, ଖରାର ପ୍ରକୋପ ବଢ଼ିଲେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ । ଏବେ ଖରାକୁ ଦେଖି ସୁବର୍ଣ୍ଣପୁର, ଅନୁଗୁଳ,ଗଞ୍ଜାମ,ବୌଦ୍ଧ, ଦେବଗଡ଼ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଛି ।
ଏଥିସହ ପଢ଼ନ୍ତୁ: ଏହି ଜିଲ୍ଲାରେ ବଢ଼ିଲା ଖରା ଛୁଟି ଅବଧି…ଜାଣନ୍ତୁ କେବେ ଖୋଲିବ ସ୍କୁଲ
ଗଞ୍ଜାମରେ ମଧ୍ୟ ସ୍କୁଲ ଛୁଟି ଅବଧି ବଢିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସବୁ ଛୁଟି ଛୁଟି ରହିବ । ଛୁଟି ଅବଧି ବୃଦ୍ଧି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଜାରି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହେଉନି ବର୍ଷା, କମୁନି ଖରା । ତେଣୁ, ଏବେ ଖୋଲିବନି ସ୍କୁଲ୍ ଓ ଅଙ୍ଗନୱାଡ଼ି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବିଦ୍ୟାଳୟ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳିକୁ ଦୃଷ୍ଟିରେ ଚଳିତ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।
ଖାଲି ଗଞ୍ଜାମ ନୁହେଁ ଅନୁଗୁଳ ଜିଲ୍ଲାରେ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି । ଆସନ୍ତା ଜୁନ୍ ୨୦ ତାରିଖ ଯାଏଁ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି । ଜୁନ୍ ୨୨ ତାରିଖରେ ଅନୁଗୁଳରେ ସମସ୍ତ ସ୍କୁଲ ଖୋଲିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।
ବୌଦ୍ଧରେ ବି ବଢ଼ିଲା ଖରା ଛୁଟି ଅବଧି । ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ ଖରା ଛୁଟି ଅବଧିକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ନୃପରାଜ ସାହୁ କହିଛନ୍ତି, "ଏବେ ଜିଲ୍ଲାରେ ପ୍ରଖର ଖରା ହେଉଛି, ବର୍ଷା ଆସି ନାହିଁ । ଗ୍ରୀଷ୍ମର ଅଧିକ ପ୍ରଭାବ ରହିଥିବାରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ବନ୍ଦ ରହିବ । ୨୨ରୁ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।"

Related Topics
Explore more stories