ଭଦ୍ରକରେ ଲଗାଣ ବର୍ଷା ଯୋଗୁଁ ସ୍କୁଲ ଛୁଟି
·11 months ago

Key Points
ତିହିଡ଼ି, ବାସୁଦେବପୁର ଓ ଧାମନଗରର ସମସ୍ତ ବିଦ୍ୟାଳୟ ଛୁଟି
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଛୁଟି ନିଷ୍ପତ୍ତି
ଭଦ୍ରକ ସହରର ତଳିଆ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି
ଭଦ୍ରକରେ ଲଗାଣ ବର୍ଷା ଯୋଗୁଁ ସ୍କୁଲ ଛୁଟି । ତିହିଡ଼ି, ବାସୁଦେବପୁର ଓ ଧାମନଗରର ସମସ୍ତ ବିଦ୍ୟାଳୟରେ ଆଜି ଦିନ ଟିକୁ ବନ୍ଦ ଘୋଷଣା କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଭଦ୍ରକ ସହରର ଥିବା ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି କୁତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି । ଆରଡ଼ି ଛକ, ଧରିତ୍ରୀ ନଗର ପାଖ ବାଇପାସ ରାସ୍ତା, ମହତାବ ନଗର,ଟ୍ରେନିଂ ସ୍କୁଲ ପଡିଆ ଫ୍ରେଣ୍ଡସ କଲୋନୀ, ଜାନଗଞ୍ଜ ଆଦି ସ୍ଥାନରେ ରାସ୍ତା ଉପରେ ବର୍ଷା ପାଣି ଲହଡି ମାରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: