School Closed / ଖରା ପାଇଁ ଖୋଲିବନି ସ୍କୁଲ୍: ଏହି ସବୁ ଜିଲ୍ଲାରେ ବଢ଼ିଲା ସ୍କୁଲ ଛୁଟି

Key Points
ସମସ୍ତ ବିଦ୍ୟାଳୟ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା
ଆସନ୍ତା ୨୨ ତାରିଖରୁ ସ୍କୁଲରେ ଆରମ୍ଭ ହେବ ପାଠପଢ଼ା
ଛୁଟି ଅବଧି ବୃଦ୍ଧି ନେଇ ଅନୁଗୁଳ DEO ଜାରି କଲେ ବିଜ୍ଞପ୍ତି
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବିଦ୍ୟାଳୟ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳିକୁ ଦୃଷ୍ଟିରେ ଚଳିତ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।
ଗଞ୍ଜାମରେ ସ୍କୁଲ ଛୁଟି ଅବଧି ବଢିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସବୁ ଛୁଟି ଛୁଟି ରହିବ । ଛୁଟି ଅବଧି ବୃଦ୍ଧି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଜାରି ।
ହେଉନି ବର୍ଷା, କମୁନି ଖରା । ତେଣୁ, ଏବେ ଖୋଲିବନି ସ୍କୁଲ୍ ଓ ଅଙ୍ଗନୱାଡ଼ି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବିଦ୍ୟାଳୟ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳିକୁ ଦୃଷ୍ଟିରେ ଚଳିତ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।
ଖାଲି ଗଞ୍ଜାମ ନୁହେଁ ଅନୁଗୁଳ ଜିଲ୍ଲାରେ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି । ଆସନ୍ତା ଜୁନ୍ ୨୦ ତାରିଖ ଯାଏଁ ବଢ଼ିଲା ଗ୍ରୀଷ୍ମଛୁଟି ଅବଧି । ଜୁନ୍ ୨୨ ତାରିଖରେ ଅନୁଗୁଳରେ ସମସ୍ତ ସ୍କୁଲ ଖୋଲିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।
ବୌଦ୍ଧରେ ବି ବଢ଼ିଲା ଖରା ଛୁଟି ଅବଧି । ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ ଖରା ଛୁଟି ଅବଧିକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ନୃପରାଜ ସାହୁ କହିଛନ୍ତି, "ଏବେ ଜିଲ୍ଲାରେ ପ୍ରଖର ଖରା ହେଉଛି, ବର୍ଷା ଆସି ନାହିଁ । ଗ୍ରୀଷ୍ମର ଅଧିକ ପ୍ରଭାବ ରହିଥିବାରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ବନ୍ଦ ରହିବ । ୨୨ରୁ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।"
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଆସନ୍ତାକାଲି ୧୮ ତାରିଖରେ ସମସ୍ତ ସ୍କୁଲ ଖୋଲିବାର ଥିଲା । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଥିଲେ, ଖରାର ପ୍ରକୋପ ବଢ଼ିଲେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ । ଏବେ ଖରାକୁ ଦେଖି ସୁବର୍ଣ୍ଣପୁର ଓ ଅନୁଜୁଳ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଛି ।
📱 Get Argus News App
✨Related Topics
Explore more stories
