Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉଜୁଡା ଶିକ୍ଷା ମନ୍ଦିର, ଭଙ୍ଗା ଘରେ ବିଦ୍ୟାଳୟ

Odisha

ଉଜୁଡା ଶିକ୍ଷା ମନ୍ଦିର, ଭଙ୍ଗା ଘରେ ବିଦ୍ୟାଳୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଉଜୁଡା ଶିକ୍ଷା ମନ୍ଦିର, ଭଙ୍ଗା ଘରେ ବିଦ୍ୟାଳୟ

କନ୍ଧମାଳ କୋଟଗଡ଼ ବ୍ଳକ ଠାରୁ ମାତ୍ର 20 କିଲୋମିଟର ଦୂରରେ ରହିଛି ଓରା ପଞ୍ଚାୟତର ଆଡାରି ଗାଁ । ପାଖାପାଖି 100 ରୁ ଉର୍ଦ୍ଧ୍ବ ପରିବାର ଆଡ଼ାରି ଗାଁରେ ବସବାସ କରନ୍ତି। ଗାଁରେ ସ୍କୁଲ ଅଛି ସତ ମାତ୍ର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାଥମିକ ବିଦ୍ୟାଳୟରେ କୋଠାଘର ନାହିଁ । ପ୍ରଥମେ ଗଛ ମୂଳେ ଓ ପରେ ବର୍ତ୍ତମାନର ପ୍ରଧାନ ଶିକ୍ଷକ ବଳି ପ୍ରଧାନଙ୍କ ବ୍ୟକ୍ତିଗତ ଉଦ୍ୟମରେ ଅର୍ଦ୍ଧ ନିର୍ମିତ ଘରକୁ ଟିଣ ଛପର କରି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନିର୍ମାଣ କରୁଛନ୍ତି।

15 ବର୍ଷ ତଳେ 2010 ମସିହାରେ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ପାହାଡ଼ ପାଦଦେଶରେ ଅବସ୍ଥିତ ବିଦ୍ୟାଳୟ । ମାତ୍ର ଏହି ବିଦ୍ୟାଳୟ କୁ ଯିବାଆସିବା ପାଇଁ କୌଣସି ରାସ୍ତା ନାହିଁ। ବିଦ୍ୟାଳୟର ଚାରି ପାର୍ଶ୍ଵରେ କିଛି ବ୍ୟକ୍ତିଗତ ଜମି ଥିବାରୁ ବିଦ୍ୟାଳୟକୁ ଯିବାଆସିବା କରିବା ପାଇଁ ସ୍ଥାୟୀ ରାସ୍ତାଟିଏ ହୋଇ ପାରୁନାହିଁ । ଏପଟେ ଅର୍ଥ ଅଭାବରୁ ସ୍କୁଲ କୋଠା କାମ ଆଜି ଯାଏଁ ସରିନି। ଆଡ଼ାରି ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିବା ପାଇଁ ଆଖପାଖ 3ଟି ଗାଁର ପିଲା ମାନେ ଆସିଥାନ୍ତି । କିନ୍ତୁ ବାରମ୍ବାର ପ୍ରସାସନିକ ସ୍ତରରେ ଅନୁରୋଧ କରିବା ସତ୍ତ୍ବେ ବିଦ୍ୟାଳୟ ପାଇଁ ସ୍ଥାୟୀ କୋଠାଟିଏ ନିର୍ମାଣ ହୋଇ ପାରିନାହି କି ଭିତ୍ତିଭୂମି ସଜଡା ଯାଇନି ।


ଏପଟେ ବିଦ୍ୟାଳୟର ଭିତ୍ତିଭୂମି ଅଭାବ ଯୋଗୁଁ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି। ପ୍ରତ୍ୟେକ ବର୍ଷ 60 ରୁ ଉର୍ଦ୍ଧ୍ବ ପିଲାମାନେ ପାଠ ପଢୁଥିବା ବେଳେ ଚଳିତ ବର୍ଷ ଏହା 21କୁ କମି ଆସିଛି । ଭିତ୍ତିଭୂମୀ ସମସ୍ୟା ଆଡାରି ପ୍ରାଥମିକ ବିଦ୍ୟାଳୟ ପାଇଁ ଚିନ୍ତାର କାରଣ। କାରଣ ବାରମ୍ବାର ଅଭିଯୋଗ ପରେବି ସଜଡା ଯାଇ ପାରୁନି ଭିତ୍ତିଭୂମୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
School in a broken house | Argus News