ଲଗାଣ ବର୍ଷାରେ ଭୁସୁଡିଲା ସ୍କୁଲ ଛାତ, ଅଳ୍ପକେ ବର୍ତ୍ତିଲେ ୭୭ ଛାତ୍ରଛାତ୍ରୀ

Key Points
ଲଗାଣ ବର୍ଷାରେ ମାଟିରେ ମିଶିଲା ବିଦ୍ୟାଳୟ ଛାତ
ଅଳ୍ପକେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି 77 ଜଣ ଛାତ୍ର ଛାତ୍ରୀ
ବିପଦପୂର୍ଣ୍ଣ ଅବସ୍ଥାରେ ସ୍କୁଲ ଗୃହ । ଲଗାଣ ବର୍ଷାରେ କେଉଁଠି ସ୍କୁଲର କାନ୍ଥ ଭୁସୁଡିଥିବା ଦେଖିବାକୁ ମିଳିଛି , ତ କେଉଁଠି ସ୍କୁଲ ଛାତ ଭୁସୁଡିଥିବା ଦେଖିବାକୁ ମିଳିଛି । ଏପରି ଆଉ ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ଭଙ୍ଗା ଶ୍ରେଣୀ ଗୃହ ଓ ବିପଦସଙ୍କୁଳ କୋଠରୀରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ହେଉଛି । ବାଲିଗୁଡା ବ୍ଲକ ଅନ୍ତଗର୍ତ ନାଡାପାଟାଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତଟି ଲଗାଣ ବର୍ଷା ଯୋଗୁଁ ସମ୍ପୁର୍ଣ୍ଣ ଭାବେ ଭୁଷୁଡି ଯାଇଛି । ଅଳ୍ପକେ ବଡ ବିପଦରୁ ରକ୍ଷା ପାଇଛନ୍ତି ୭୭ ଜଣ ଛାତ୍ରଛାତ୍ରୀ ।
ପୂର୍ବ ବିଜେଡି ସରକାର ସମୟରେ କାମ ଠିକଭାବେ ହୋଇନଥିବାରୁ ଏବେ ବର୍ଷାଦିନରେ ସ୍କୁଲ ଗୁଡିକର ପ୍ରକୃତ କାମ ସାମ୍ନାକୁ ଆସୁଛି । ସ୍ଥାନୀୟ ଗ୍ରାମବାସୀ ଏହା ପୂର୍ବରୁ ବିଭାଗୀୟ ଅଧିକାରୀ ଓ ବାଲିଗୁଡ଼ା ବିଡ଼ିଓ ଙ୍କୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।