Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲିଠୁ ସକାଳ ସାଢେ ୬ଟାରୁ ସ୍କୁଲ୍

Rashmita Mishra
Browse all articles by Rashmita Mishra
·1 year ago·1 min read
କାଲିଠୁ ସକାଳ ସାଢେ ୬ଟାରୁ ସ୍କୁଲ୍

କାଲିଠୁ ସକାଳ ସାଢେ 6ରୁ ହେବ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ରାଜ୍ୟର ସବୁ ସ୍କୁଲ ସକାଳ ସାଢେ 6ଟାରୁ ହେବ। ସକାଳୁଆ ସ୍କୁଲ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି।  ଆସନ୍ତାକାଲି ଠାରୁ ସକାଳୁଆ ସ୍କୁଲ ଆରମ୍ଭ କରିବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ। ସ୍କୁଲ ସକାଳ ସାଢେ 6ଟାରୁ ଆରମ୍ଭ ହୋଇ ସାଢେ 10 ଯାଏଁ ଚାଲିବ। ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ କ୍ଲାସ୍‌ ସକାଳୁଆ କରିବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ ।


ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖି ସମସ୍ତେ କାମ କରିବେ। ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯେଉଁ ଏସ୍‌ଓପି ଜାରି କରାଯାଇଛି ତାକୁ ଜିଲ୍ଲାପାଳମାନେ କାର୍ଯ୍ୟକାରୀ କରିବେ। ଆବଶ୍ୟକସ୍ଥଳେ ପରିସ୍ଥିତିକୁ ଦେଖି ଏସ୍‌ଓପି ବାହାରେ ମଧ୍ୟ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ସକାଳୁଆ ସ୍କୁଲ, ସମସ୍ତଙ୍କୁ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ, ଜିରୋ କାଜୁଆଲିଟି ଉପରେ ଅଧିକ ଫୋକସ୍ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
school-starts-tomorrow-at-630-am | Argus News