Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / 'ମାନବ ବୁଦ୍ଧିମତା-କୃତ୍ରିମ ବୁଦ୍ଧିମତା ମିଶିଲେ ହେବ ବିକଶିତ ଭାରତ'

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
'ମାନବ ବୁଦ୍ଧିମତା-କୃତ୍ରିମ ବୁଦ୍ଧିମତା ମିଶିଲେ ହେବ ବିକଶିତ ଭାରତ'

Key Points

ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ସମସ୍ତ ଭାରତୀୟ ଛାତ୍ରଛାତ୍ରୀ AI ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ରହିଛି କଳ୍ପନା ।

ବର୍ତ୍ତମାନର ସମୟ ଏକବିଂଶ ଶତାବ୍ଦୀର ସମୟ । ଏହି ସମୟରେ ଆମ ଦେଶ ଭାରତ ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ଆମକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବାକୁ ହେବ ବୋଲି ସୋମବାର ନୂଆଦିଲ୍ଲୀରେ ଆୟୋଜିତ ‘ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ୍ - ୨୦୨୫’କୁ ଉଦ୍‌ଘାଟନ କରିବା ସହ ଏକାଧିକ ଏଆଇ ପଦକ୍ଷେପର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଇନଟେଲ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ । ସେ କହିଥିଲେ ଏହି ପଦକ୍ଷେପ ଗୁଡ଼ିକ ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ଆମ ଛାତ୍ରଛାତ୍ରୀଙ୍କ କଳ୍ପନା ଓ ନବସୃଜନକୁ ଆହୁରି ଅଧିକ ଗତି ଦେବ । ଏହି ନୂତନ କାର୍ଯ୍ୟକ୍ରମଗୁଡ଼ିକ ଏଆଇକୁ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ କରାଇବାରେ ସହାୟକ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ, ଡିଜିଟାଲ୍-ସଶକ୍ତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତର ପରିକଳ୍ପନାକୁ ଆଗକୁ ନେବାରେ ଉତ୍ପେରକ ଭାବରେ କାର୍ଯ୍ୟ କରିବ । ଭାରତବର୍ଷ ଏଆଇ ପ୍ରଦାନ କରୁଥିବା ସୁଯୋଗଗୁଡ଼ିକୁ ହାତଛଡ଼ା ନକରି ତାହାକୁ ଆପଣେଇ ନେଉଛି । ଭାରତର ମାନବ ବୁଦ୍ଧିମତା ଏବଂ କୃତ୍ରିମ ବୁଦ୍ଧିମତାର ମିଳିତ ଶକ୍ତି ଏକ ବିକଶିତ ଭାରତ ଗଠନ କରିବ ।

ଏଆଇ ସମସ୍ତଙ୍କ ପାଇଁ, ଇଣ୍ଟରନେଟ୍ ବର୍ତ୍ତମାନ ଦୈନନ୍ଦିନ ଜୀବନରେ ଜରୁରୀ ବିଷୟ ହୋଇଛି । ଆଗାମୀ ଦିନରେ ଏଆଇ ବ୍ୟବହାର ବହୁଳ ହେବ । ଆମକୁ ଏଆଇର ସୁବିଧା ଗୁଡ଼ିକର ଲାଭ ନେବାକୁ ହେବ । ଭାରତ ଏଆଇର ସକରାତ୍ମକ ବ୍ୟବହାରକୁ ଆଗେଇ ନେବାକୁ ହେବ । ତେବେ ଯାଇଁ ଆମେ ଦେଶ ପ୍ରଗତି ପଥରେ ଅଗ୍ରସର ହେବ ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ୍ - ୨୦୨୫ରେ ପ୍ରଦର୍ଶିତ ଏଆଇ ଇନୋଭେସନ୍ ଶୋକେସ୍‌ରେ ବୁଲି ଦେଖିଥିଲେ । ସ୍କୁଲ ଓ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଏଆଇ ପରୀକ୍ଷଣ ଓ ପ୍ରୋଜେକ୍ଟଗୁଡ଼ିକୁ ଦେଖି ସେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଆମର ଏହି ଇନୋଭେସନ ଜେନେରେସନ ଭାରତକୁ ବିଶ୍ୱର ଏକ ବଡ଼ ପ୍ରଯୁକ୍ତି ଶକ୍ତିକେନ୍ଦ୍ର ଭାବରେ ସୁଦୃଢ଼ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | School Student will now learn how to use AI tool | Argus News