Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆତ୍ମରକ୍ଷାର କୌଶଳ, ଜଳକ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଟ୍ରେନିଂ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆତ୍ମରକ୍ଷାର କୌଶଳ, ଜଳକ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଟ୍ରେନିଂ

Key Points

ମହାନଦୀରେ ଦୁଃସାହସିକ ଜଳକ୍ରୀଡ଼ା
ଜଳକ୍ରୀଡାରେ ରାଜ୍ୟ ପାଇଁ ନୂଆ ସୁଯୋଗ
ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଟ୍ରେନିଂ
ବଛା ବଛା ପ୍ରତିଭାଙ୍କୁ ପଠାଯିବ ମୁମ୍ବାଇ ଓ ଗୋଆ

ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଚାଲିଛି ଜଳକ୍ରୀଡ଼ା ପାଇଁ ପ୍ରତିଭା ଅନ୍ୱେଷଣ ଓ ପ୍ରଶିକ୍ଷଣ । ନୂଆ ନୂଆ ପ୍ରତିଭା ସୃଷ୍ଟି କରିବା ପାଇଁ ଓଡିଶା ୟାଚିଂ ସଂଘର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି କଟକ ଫ୍ରିଡମ ଇଣ୍ଟରନ୍ୟାସନାଲ ସ୍କୁଲର ୪୦ରୁ ଅଧିକ ଛାତ୍ରଛାତ୍ରୀ । ସେଲିଂ, ଉଇଣ୍ଡ ସର୍ଫି, ସ୍ନରକ୍ଲିଙ୍ଗ, ସ୍ୱିମିଙ୍ଗ ସହ ସ୍କୁବା ଡାଇଭିଂ ଭଳି ଦୁଃସାହସିକ ଜଳକ୍ରୀଡ଼ାର ପ୍ରଶିକ୍ଷଣ ନେବା ସହ ଅଗଭୀର ଜଳରେ ଯୋଗ କରିବା ପାଇଁ ମଧ୍ୟ ଦିଆଯାଉଛି ପ୍ରଶିକ୍ଷଣ।

ଆଉ ସେମାନଙ୍କୁ ପ୍ରଶିକ୍ଷଣ ସହ ଆତ୍ମରକ୍ଷାର ତାଲିମ ଦେଉଛନ୍ତି ଅନ୍ତର୍ଜାତୀୟ ସମୁଦ୍ର ବୁଡାଳି ସବୀର ବକ୍ସ । କେବଳ ଏହି ଗୋଟିଏ ସ୍କୁଲ ନୁହଁ, କ୍ରୀଡ଼ାମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଆଗକୁ ଅଧିକରୁ ଅଧିକ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବା ସହ ରାଜ୍ୟରେ ଜଳକ୍ରୀଡ଼ାକୁ ଅଧିକ ପ୍ରୋତ୍ସାହିତ କରାଯିବ ବୋଲି କହିଛନ୍ତି ସମୁଦ୍ର ବୁଡାଳି ସବିର ବକ୍ସ ।

ଏହି କ୍ୟାମ୍ପ ପ୍ରଥମେ କଟକ ମହାନଦୀ ଓ ପରେ ପୁରୀ ସମୁଦ୍ରରେ ଅନୁଷ୍ଠିତ ହେବ । ବିଭିନ୍ନ ସ୍କୁଲରୁ ବଛା ବଛା ପିଲାଙ୍କୁ ଏଠାରେ ତାଲିମ ଦିଆଯାଇ ଲେବଲ 1, 2, ଓ 3 ପାଇଁ ମୁମ୍ବାଇ ଓ ଗୋଆ ଭଳି ସ୍ଥାନକୁ ପଠାଯିବ । ତେବେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନେ ଏଠୁ ପ୍ରଶିକ୍ଷଣ ନେଇ ବେଶ ଖୁସି ଥିବାବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ ଲକ୍ଷରେ ଅଛନ୍ତି ।

ରାଜ୍ୟରେ ୱାଟର ସ୍ପୋର୍ଟସକୁ ପ୍ରୋତ୍ସାହିତ କରିବା ପାଇଁ କିଛି ଦିନ ପୂର୍ବେ କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମଧ୍ୟ ମହାନଦୀରେ ସ୍କୁବା ଡାଇଭିଂ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
school-students-are-being-trained-in-self-defense-skills-and-water-sports-to-promote | Argus News