School Timings Changed / ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଏହି ଜିଲ୍ଲାରେ ବଦଳିଲା ସ୍କୁଲ ଖୋଲା ସମୟ, ୬ଟା ୩୦ରୁ...
·4 months ago·2 min read

Key Points
ଏହି ଜିଲ୍ଲାରେ ବଦଳିଲା ସ୍କୁଲ ଖୋଲା ସମୟ
ସରକାରଙ୍କ କଡ଼ା ନିୟମ
ରାଜ୍ୟରେ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି
ସରକାରଙ୍କ କଡ଼ା ନିୟମ
ରାଜ୍ୟରେ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି
ବଦଳିଲା ସ୍କୁଲ ଖୋଲା ସମୟ। ସରକାରଙ୍କ ବଡ଼ ନିଷ୍ପତ୍ତି। ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ, ସେଥିରେ ପୁଣି ବଳିଯାଉଛି ଅସହ୍ୟ ଗୁଳୁଗୁଳି । ସତେ ଯେପରି ତତଲା କଡେଇରେ ଭାଜି ହେଉଛି । ପ୍ରବଳ ଖରା, ଗରମ, ଗୁଳୁଗୁଳି ସାଙ୍ଗକୁ ଅଣାୟତ୍ତ କରୁଛି ସିଭିୟର୍ ହିଟ୍ ୱେଭ୍ । ପ୍ରାୟ ଜିଲ୍ଲାରେ ପାରଦ ପ୍ରତ୍ୟେକ ଦିନ ୪୦ ଡିଗ୍ରୀ ପାର କରୁଥିବା ଦେଖିବାକୁ ମିଳୁଛି । ପରଦା ବୃଦ୍ଧି ଯୋଗୁଁ ଦିନ ତମାମ ଆକାଶରୁ ହେଉଛି ଅଗ୍ନି ବର୍ଷା ।
ସେହିପରି ସ୍କୁଲ ଖୋଲିବା ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ଏବଂ ପିଲାମାନେ କିପରି ଖରା ଠାରୁ ଦୂରେଇ ରହିବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛୁଟି ଘୋଷଣା କରାଯାଇ ସାରିଛି । ଏସବୁ ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ଥିବା ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପିରିକି କିଛି ଜିଲ୍ଲାପାଳ କେବଳ ସ୍କୁଲ ହିଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି ଜିଲ୍ଲାରେ ସକାଳୁଆ ହେବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ କି ପିଲାମାନେ ଗ୍ରୀଷ୍ମ ପ୍ରକୋପରୁ ବଞ୍ଚିତ ରହିବେ ।
ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ବଦଳିଲା ସ୍କୁଲ ଖୋଲିବା ସମୟ । ଜିଲ୍ଲାର ସମସ୍ତ ସ୍କୁଲ ସକାଳ ୬ଟା ୩୦ମିନିଟ୍ରୁ ସକାଳ ୯ଟା ପର୍ଯ୍ୟନ୍ତ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ପିଇବା ପାଣି ଓ ଓଆରଏସ୍ ମହଜୁଦ ରଖିବାକୁ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ଏସବୁ ନିର୍ଦ୍ଦେଶ ପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଆକାଶରୁ ନିଆଁ ବର୍ଷୁଛି । ଉପକୂଳରୁ ପଶ୍ଚିମ ସବୁଠି ତାତିର ରାଜୁତି । ରବିବାର ୧୪ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଆହୁରି ୫ ଦିନ ସହିବାକୁ ହେବ ଅସହ୍ୟ ଗରମ । ଏଥିପାଇଁ ଅନେକ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି ।
ଏଥିସହ ପଢ଼ନ୍ତୁ: ଖରା ପାଇଁ ବଦଳିଲା ସ୍କୁଲ୍ ଖୋଲିବା ସମୟ; ଏସବୁ ଜିଲ୍ଲାରେ ୨୩ ପର୍ଯ୍ୟନ୍ତ ଛୁଟି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରବଳ ଖରାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ ଛୁଟି ହୋଇଥିବା ସହ ଅନ୍ୟ କିଛି ଜିଲ୍ଲାରେ ସମୟ ପରିବର୍ତ୍ତନ କରାଯାଇଛି । ଖୋର୍ଦ୍ଧା, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ସୋନପୁର, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ ଆଦି ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାରେ ସକାଳୁଆ ସ୍କୁଲ ଖୋଲିବା ସମୟରେ ପରିବର୍ତ୍ତନ ହୋଇଛି । ସକାଳ ସାଢ଼େ ୬ଟାରୁ ସାଢେ ୯ ଯାଏ ସ୍କୁଲ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories