Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ସରକାର ସମୟରେ ସ୍କୁଲରେ ପଡ଼ିଲା ତାଲା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଜେଡି ସରକାର ସମୟରେ ସ୍କୁଲରେ ପଡ଼ିଲା ତାଲା

ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ଜାମଦା ହରଗଡା ପ୍ରାଥମିକ ବିଦ୍ୟାଳୟରେ ପଡ଼ିଛି ତାଲା । ବିଜେଡି ସରକାର ସମୟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ 2020 ମସିହାରେ ସ୍କୁଲଟିକୁ ବନ୍ଦ କରାଯାଇଥିଲା । ଯାହାର ପରିଣାମ ଭୋଗୁଛନ୍ତି କୁନିକୁନି ଛାତ୍ରଛାତ୍ରୀ । ଗାଁରେ ଥିବା ସ୍କୁଲ ବନ୍ଦ ପଡ଼ିଥିବାରୁ ବିପଦପୂର୍ଣ୍ଣ ଭାବରେ ଜୀବନକୁ ବାଜି ଲଗାଇ ଦୀର୍ଘ 3 କିଲୋମିଟର ଦୂରରେ ଥିବା ଶାଗଜୋଡି ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ଗାଁର କିଛି ଛାତ୍ରଛାତ୍ରୀଙ୍କ ପାଠରେ ବନ୍ଧା ହୋଇଛି ଡୋରି । ସ୍କୁଲ ନଯାଇ ବନ୍ଦ ପଡିଥିବା ବିଦ୍ୟାଳୟରେ ସମ୍ମୁଖରେ ଖେଳୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ବାରମ୍ବାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ପାଖରେ ଯେତେ ଅଭିଯୋଗ କଲେ ମଧ୍ୟ ଫଳ ଶୂନ । ଶେଷରେ ଗ୍ରାମବାସୀ ମୋହନ ସରକାରଙ୍କୁ ବିଦ୍ୟାଳୟ ଖୋଲିବା ପାଇଁ ଅନୁରୋଧ କରିଛନ୍ତି । ତେବେ ଏନେଇ ଜାମଦା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ଆମ ହାତରେ ନାହିଁ, ତାହା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗଙ୍କ ଦ୍ବାରା ଖୋଲାଯାଇ ପାରିବ । ତେବେ ଦେଖିବାକୁ ବାକି ରହିଲା ଦୁର୍ଗମରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଯାଉଥିବା ବେଳେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
School was locked during the BJD government | Argus News