|
logo
Live

Argus News - ଏହି ୪ ଜିଲ୍ଲାର ସମସ୍ତ ସ୍କୁଲ-କଲେଜ ଛୁଟି

Odisha

Schools Closed / ଏହି ୪ ଜିଲ୍ଲାର ସମସ୍ତ ସ୍କୁଲ-କଲେଜ ଛୁଟି

Rashmita Mishra
Browse all articles by Rashmita Mishra
·3 hours ago·2 min read
ଏହି ୪ ଜିଲ୍ଲାର ସମସ୍ତ ସ୍କୁଲ-କଲେଜ ଛୁଟି
Schools Closed

Key Points

ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ ଓ ସୁବର୍ଣ୍ଣପୁରରେ ସ୍କୁଲ, କଲେଜ ଛୁଟି
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୪ ଜିଲ୍ଲାର ସ୍କୁଲ, କଲେଜ ଛୁଟି
ବଲାଙ୍ଗିର, କଳାହାଣ୍ଡି ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୪ ଜିଲ୍ଲାର ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ ଓ ସୁବର୍ଣ୍ଣପୁର ଏହି ୪ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଛୁଟି । ବଲାଙ୍ଗିର, କଳାହାଣ୍ଡିରେ ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଆଉ ସୁବର୍ଣ୍ଣପୁର ଓ ବୌଦ୍ଧରେ ବି ୨୨ ଯାଏଁ ସ୍କୁଲ, କଲେଜ ଛୁଟି । ପ୍ରବଳ ଖରା ଓ ଗରମ ଯୋଗୁଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଖାଲି ସ୍କୁଲ ଓ କଲେଜ ନୁହେଁ ତା' ସହ ତାଲିମ ପ୍ରତିଷ୍ଠାନ, ବୈଷୟିକ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିବ

ଉପକୂଳକୁ ଗୁଳୁଗୁଳିରୁ ନାହିଁ ତ୍ରାହି ନଥିବା ବେଳେ ସେପଟେ ଜଳୁଛି ପଶ୍ଚିମ ଓଡିଶା । କିନ୍ତୁ ଏଥିରେ ଅସ୍ବସ୍ତି ଆଣିବ କାଳବୈଶାଖୀ । ବର୍ତ୍ତମାନ ଖରା ଓ ଛାଇର ଲୁଚକାଳି ଭିତରେ ଆଜି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଏହି ୫ ଜିଲ୍ଲାକୁ ହିଟ ୱେଭ ସହ ଉପକୂଳର ୧୧ ଜିଲାକୁ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ ।

ସେହିପରି ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା,କଟକ, ଖୋର୍ଦ୍ଧା, ପୁରୀ ,ନୟାଗଡ, ଜଗତସିଂହପୁର, ରାୟଗଡା, କୋରାପୁଟ ଗଂଜାମ, ଗଜପତି ଓ ମାଲକାନଗିରି ଏହି ୧୪ ଜିଲ୍ଲାକୁ କୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

୪ ଦିନ ଅର୍ଥାତ ୨୦ ତାରିଖ ଯାଏଗ୍ରୀଷ୍ମ ପ୍ରବାହ ଜାରି ରହିବ ସହ ୨୩ ଯାଏ ତାତିରୁ ତ୍ରାହି ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ୨୪ ଘଣ୍ଟାରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ନେଇ ଆସନ୍ତାକାଲି ରାଜ୍ୟରେ ୪୫ ଡିଗ୍ରୀ ଛୁଇଁପାରେ ରାଜ୍ୟର ତାପମାତ୍ରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Schools Closed: ଏହି ୪ ଜିଲ୍ଲାର ସମସ୍ତ ସ୍କୁଲ-କଲେଜ ଛୁଟି | Argus News