Videos
|
Odisha

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ

Key Points

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ

ଡାଇରିଆ ସ୍ଥିତି ଦେଖି ଗାଇଡ୍ ଲାଇନ୍ ଜାରି କଲା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ

ଅଭିଭାବକ ଚିନ୍ତାରେ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ। ଡାଇରିଆ ସ୍ଥିତି ଦେଖି ଗାଇଡ୍ ଲାଇନ୍ ଜାରି କଲା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ। ସ୍କୁଲର ସମସ୍ତ କ୍ଲାସ ରୁମ, ଟୟଲେଟ, କମନ ରୁମ, ଲାଇବ୍ରେରୀ, ହଷ୍ଟେଲ ରୁମ୍ ଭଲ ଭାବେ ସଫା ହେବ । ଏଥିସହ ସାନିଟାଇଜ କରିବାକୁ ନିର୍ଦେଶ ଦିଆଯାଇଛି । ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତ ପାଣି କଣ୍ଟେନର ବା ଟାଙ୍କି ସଫା ରଖାଯିବ। ଚାଉଳ ସହ ଅନ୍ୟ ସାମଗ୍ରୀ ଠିକ ଭାବେ ସ୍ଵଚ୍ଛ ସ୍ଥାନରେ ରଖିବାକୁ ଗାଇଡ୍ ଲାଇନ୍ ଜାରି ହୋଇଛି ।


ସ୍କୁଲ ପରିସରରେ ଥିବା ଗଛ, ଘାସ ସଫା କରାଯିବ। ମରାମତି କାମ ହେଉଥିବା ସ୍କୁଲ ଗୁଡିକରେ ପଡ଼ି ରହିଥିବା ଆବର୍ଜନା ସଫେଇ କରାଯିବ । ମଶା ଦାଉରୁ ରକ୍ଷା ପାଇଁ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ରହିଛି। ଅନେକ ଦିନ ପରେ ସ୍କୁଲ ଖୋଲୁଥିବାରୁ ପିଲାମାନେ ମଧ୍ୟ ଖୁବ ଖୁସି ଅଛନ୍ତି। ସେପଟେ ଡରାଉଛି ଡାଇରିଆ। ତମାମ ପ୍ରତିଷେଧମୂଳକ ପଦକ୍ଷେପ ସତ୍ବେ ରାଜ୍ୟର 3ଟି ଜିଲ୍ଲା ଯାଜପୁର, ଭଦ୍ରକ ଓ କଟକରେ ଏବେ ବି ନିୟନ୍ତ୍ରଣ ବାହାରେ ରହିଛି ଝାଡ଼ାବାନ୍ତି ସ୍ଥିତି । କେନ୍ଦ୍ରରୁ ଆସିଥିବା ଟିମ୍ ସହ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଟିମ୍ ସଂକ୍ରମିତ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
schools-in-the-state-will-reopen-from-today-after-summer-vacations | Argus News