Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲି କନ୍ଧମାଳ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ

Smruti Parija
Browse all articles by Smruti Parija
·1 year ago·1 min read
କାଲି କନ୍ଧମାଳ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ

ଅର୍ଗସ ବ୍ୟୁରୋ: ବାତ୍ୟା ଦାନାକୁ ଦୃଷ୍ଟିରେ ରଖି  ଆସନ୍ତାକାଲି କନ୍ଧମାଳ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ସ୍କୁଲ ବନ୍ଦ ନେଇ ଘୋଷଣା କଲେ ଜିଲ୍ଲା ଶିକ୍ଷାଧିକାରୀ । 

ପୂର୍ବରୁ 14 ଟି ଜିଲ୍ଲାରେ ସ୍କୁଲ ଘୋଷଣା କରାଯାଇଥିଲା । ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବିତ ୧୪ ଜିଲାରେ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ସେହି ଜିଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା,ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ। 

ଏହାପରେ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ କଲେଜ ଓ ବିଶ୍ୱ ବିଦ୍ୟାଳୟ ବନ୍ଦ ପାଇଁ ଚିଠି ଲେଖିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାଯୋଗ୍ୟ, ଘଣ୍ଟାପ୍ରତି 10 କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା । କେନ୍ଦ୍ରପଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପଡୁଛି ସବୁଠାରୁ ଅଧିକ ପ୍ରଭାବ। ଏହି ସବୁ ଜିଲ୍ଲାରେ ଆଜି ପବନର ବେଗ ଓ ବର୍ଷା ପରିମାଣ ବଢ଼ିଥିବାବେଳେ କେତେକ ସ୍ଥାନରେ ଦେଖିବାକୁ ମିଳିଛି ପବନର ପ୍ରଭାବ ।
 

Sponsored
schools-remain-closed-at-kandhamal-on-october-25 | Argus News