Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ସାଇଣ୍ଟିଫିକ୍ ଟିମର ତନାଘନା

Ritu Das
Browse all articles by Ritu Das
·11 months ago·1 min read
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ସାଇଣ୍ଟିଫିକ୍ ଟିମର ତନାଘନା

Key Points

ପରିବାର ସଦସ୍ୟଙ୍କୁ ଘନ ଘନ ଜେରା, ମୃତ ଛାତ୍ରୀଙ୍କ ଘରେ SPଙ୍କ ତଦନ୍ତ

ସେପଟେ ସାଙ୍ଘାତିକ ଅଭିଯୋଗ ଆଣିଲେ ଅଟକ ଯୁବକଙ୍କ ପରିବାର

ଛାତ୍ରୀଙ୍କ ମୃତ୍ୟୁ ପଛରେ ତାଙ୍କ ବାପାଙ୍କ ସମ୍ପୃକ୍ତି

ଗ୍ରାମବାସୀ ବି ବାପାଙ୍କ ଉପରକୁ ଉଠାଇଲେ ଆଙ୍ଗୁଳି

୨ ଦିନ ପରେ ବି କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ରହସ୍ୟ ଉପରୁ ଉଠିନାହିଁ ପରଦା। ଆଜି ଘଟଣାସ୍ଥଳରେ ଛାନଭିନ୍ କରିଛନ୍ତି ପୋଲିସର ସାଇଣ୍ଟିଫିକ୍ ଟିମ୍ । ଛାତ୍ରୀଙ୍କ ଘରେ ଯାଞ୍ଚ କରିଛନ୍ତି । ଏଥିସହ ମୃତ ଛାତ୍ରୀଙ୍କ ବାପା, ମା ଓ ଭାଇଙ୍କୁ କରିଛନ୍ତି ପଚରାଉଚରା। ବାପାଙ୍କ ବୟାନ ଆଧାରରେ କରାଯାଇଛି ଘଟଣାର ସିନ୍ ରିକ୍ରିଏସନ୍ । କେନ୍ଦ୍ରାପଡ଼ା ଏସପି ବି ଛାତ୍ରୀଙ୍କ ଘରେ ପହଞ୍ଚି ତଦନ୍ତ କରିଛନ୍ତି। ସ୍ଥିତି ସମ୍ବେଦନଶୀଳ ଥିବାରୁ ଘର ଆଖପାଖରେ 1 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏସପି କହିଛନ୍ତି ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟକୁ ରହିଛି ଅପେକ୍ଷା।


ମୃତ ଛାତ୍ରୀଙ୍କ ପ୍ରେମିକ କୁହାଯାଉଥିବା ପ୍ରମୋଦ ମେହେରଙ୍କୁ ହାଇଦ୍ରାବାଦରୁ ନେଇ ଓଡ଼ିଶା ଆସୁଛି ପୋଲିସର ସ୍ପେଶାଲ୍ ସ୍କ୍ବାର୍ଡ। ସେପଟେ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରମୋଦଙ୍କ ପରିବାର ଲୋକେ। ଭଉଣୀ କହିଛନ୍ତି ଛାତ୍ରୀଙ୍କ ମୃତ୍ୟୁ ପଛରେ ଅଛି ତାଙ୍କରି ବାପାଙ୍କ ହାତ। ପାଞ୍ଚ ବର୍ଷ ହେଲା ପ୍ରମୋଦ ଓ ମୃତ ଛାତ୍ରୀଙ୍କ ମଧ୍ୟରେ ସମ୍ପର୍କ ଥିଲା। ଉଭୟ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଏହାକୁ ବିରୋଧ କରିବା ସହ ଛାତ୍ରୀଙ୍କୁ ମାରଧର କରୁଥିଲେ ତାଙ୍କ ବାପା। ପ୍ରମୋଦ ନିର୍ଦ୍ଦୋଷ, ଗିରଫ କଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ତାଙ୍କ ମା। ସେପଟେ ଆହୁରି ସାଂଘାତିକ ବୟାନ ରଖିଛନ୍ତି ପ୍ରଥମେ ଛାତ୍ରୀଙ୍କ ମୃତଦେହ ଦେଖିଥିବା ଗ୍ରାମରକ୍ଷୀ । ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଆଶଙ୍କା କରିଛନ୍ତି ଗ୍ରାମରକ୍ଷୀ ସନ୍ତୋଷ ମଲ୍ଲିକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
scientific-teams-investigation-into-kendrapara-pattamundai-students-death-case | Argus News