ସ୍କୁଟି ସହ ବେଆଇନ ଦେଶୀମଦ ଜବତ: ଦୁଇ ଗିରଫ
·1 year ago·1 min read

ଦିନକୁ ଦିନ ଖଲ୍ଲିକୋଟ ଅଞ୍ଚଳରେ ବେଆଇନ ମଦ ଓ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଜି କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ଖଲ୍ଲିକୋଟ ଅବକାରୀ ଥାନା ଅନ୍ତର୍ଗତ ନିର୍ମଳଝର ଛକ ନିକଟରେ ଗୋଟିଏ ସୁଜୁକି ସ୍କୁଟିରେ ବୋଝେଇ ହୋଇ ଯାଉଥିବା ୧୯ ଲିଟର ବେଆଇନ ଦେଶୀମଦକୁ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗୀରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ଜଣକ କୋଦଳା ଥାନା ଅନ୍ତର୍ଗତ ପୁସ୍ତପୁର ଗ୍ରାମର ଅଜିତ କୁମାର କର ବୋଲି ଜଣାପଡିଛି।
ଠିକ ସେହିପରି ନିର୍ମଳଝର ନିକଟସ୍ଥ କୁଟୁମ୍ବ ରିସୋର୍ଟ ନିକଟରେ ସେହି ପୁସ୍ତପୁର ଗ୍ରାମର ପଞ୍ଚାନନ ଭୂୟାଁଙ୍କୁ ୪୦ ଲିଟର ବେଆଇନ ଦେଶୀମଦ ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ବେଳେ ଖଲ୍ଲିକୋଟ ଅବକାରୀ ଆଦର୍ଶ ଥାନା ଅଧିକାରୀ ତେଜସ୍ବୀନି ପ୍ରଧାନଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: