Videos
|
Odisha

ସ୍କର୍ପିଓ-ଅଟୋ ମୁହାଁ ମୁହିଁ ଧକ୍କା, ଦୁଇ ମୃତ

Rashmita Mishra
Browse all articles by Rashmita Mishra
·1 year ago·1 min read
ସ୍କର୍ପିଓ-ଅଟୋ ମୁହାଁ ମୁହିଁ ଧକ୍କା, ଦୁଇ ମୃତ

ବାରିପଦା: ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଦୁଇ ମୃତ । ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ମଞ୍ଚାବନ୍ଧା ହୁଣ୍ଡାଇ ଶୋରୁମ୍ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବ୍ୟାଟେରୀ ଚାଳିତ ଅଟୋକୁ ସ୍କର୍ପିଓ ଧକ୍କା ଦେଇଛି । ଘଟଣାସ୍ଥଳରେ ଅଟୋ ଚାଳକ ସହିତ ଅନ୍ୟଜଣଙ୍କ ମୃତ୍ୟ ହୋଇଛି । ପୋଲିସ ପହଞ୍ଚି ମୃତଦେହକୁ ବାରିପଦା ମେଡିକାଲ ପଠାଇ ଘଟଣାର ତଦନ୍ତ କରୁଛି।


ଖବର ଅନୁଯାୟୀ, ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ମଞ୍ଚାବନ୍ଧା ନିକଟରେ ଏକ ବ୍ୟାଟେରୀ ଚାଳିତ ଅଟୋକୁ ଜୋରଦାର ଧକ୍କା ଦେଇଛି ସ୍କର୍ପିଓ । ଯାହାଫଳରେ ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ସହିତ ଆଉ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଉଭୟ ଗାଡି ବାରିପଦାରୁ ବେତନୋଟି ଅଭିମୁଖେ ଯାଉଥିବା ବେଳେ ଅଟୋ ଟି ରାସ୍ତା ପାର ହେଉଥିବା ବେଳେ ପଛ ପଟୁ ଆସୁଥିବା ସ୍କର୍ପିଓ ଧକ୍କା ଦେଇଥିଲା। ଅଟୋରେ ବସିଥିବା ଦୁଇ ଜଣ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସ୍କର୍ପିଓ ରେ ବସିଥିବା ଦୁଇ ଜଣ ଗୁରୁତର ହୋଇ ବାରିପଦା ପିଆରଏମ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ହସ୍ପିଟାଲକୁ ପଠାଇଛି । ଏହାସହିତ ଘଟଣାର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ ।

Scorpio-auto head-on collision, two dead | Argus News