ସ୍କ୍ରୋଲ କରନ୍ତୁ, ଜାଣନ୍ତୁ ଆଜିର ୧୦ଟି ତାଜା ଖବର

୧-ପୁରୀ ବାଇପାସ୍ ଟଙ୍କପାଣି ରୋଡ୍ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ବାଇକକୁ ଧକା ଦେଲା କାର । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ । ସେପଟେ ଗାଡି ମାଲିକକୁ ଅଟକ ରଖିଛି ପୋଲିସ ।
୨- ବ୍ୟାରିକେଡ ଭାଙ୍ଗି ଘରେ ପଶିଲା BMW କାର । ଭୁବନେଶ୍ବର ଶାସ୍ତ୍ରୀନଗର ୟୁନିଟ 4 ଅଞ୍ଚଳରେ ବିଳମ୍ବିତ ରାତିରେ ଘଟିଛି ଏପରି ଘଟଣା । ଅଳ୍ପକେ ବର୍ତ୍ତିଲେ
3- କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀପୁର ଥାନା ପୋଲିସ ଦ୍ବାରା ଚାରି ଜଣ ଅଭିଯୁକ୍ତ ଅଟକ । ଦେଶିଆ ନାଟ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ଅଭିଯୋଗ ।
୪- ପ୍ୟାରିସ ୱର୍ଲି ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ । ଏଲିସି ପ୍ୟାଲେସରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ରାତ୍ରୀଭୋଜନରେ ହେଲେ ସାମିଲ । ଫ୍ରାନ୍ସ ଏଆଇ ଆକ୍ସନ ସମିଟରେ ଯୋଗ ଦେବେ ମୋଦି ।
୫- ଛତିଶଗଡ ବିଜାପୁରରେ ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍ । ମାଓ କ୍ୟାମ୍ପ ଧ୍ବଂସ, ଗତକାଲି ଅପରେସନ ବେଳେ ଜବତ ହୋଇଥିଲା ବିପୁଳ ପରିମାଣର ମାଓ ସାମଗ୍ରୀ ।
୬- - ଗାଜାରେ ଥିବା ସମସ୍ତ ଇସ୍ରାଏଲ ପଣବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଟ୍ରମ୍ପଙ୍କ ଚେତାବନୀ । ଆସନ୍ତା ଶନିବାର ସୁଦ୍ଧା ମୁକ୍ତ କରା ନ ଗଲେ ପରିଣାମ ହେବ ଭୟାବହ ।
୭- ପୁରୀରେ 2025-26 ବର୍ଷ ପାଇଁ ବସିବ ପଞ୍ଜିକା ସମୀକରଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅଧକ୍ଷତାରେ ନିର୍ଭୁଲ ଓ ସଠିକ ପଞ୍ଜିକା ପ୍ରସ୍ତୁତ ନେଇ ହେବ ଆଲୋଚନା ।
୮- ଆଜିଠୁ ଆରମ୍ଭ ହେଉଛି ଯୋରନ୍ଦା ମାଘ ମେଳା । ମହଣ ମହଣ ଘିଅରେ ବିଶ୍ବର କଲ୍ୟାଣ ପାଇଁ ଜଳିବ ଝାଡ଼ ଦୀପ । ଚଳିତ ବର୍ଷ ପାଗ ଅନୁଗୁଳ ଥିବାରୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ।
୯- ସ୍କୁଲରୁ କାରରେ ଫେରୁଥିଲେ ଶିକ୍ଷକ, ମଝି ରାସ୍ତାରେ କାର ଅଟକାଇ ଅପହରଣ କଲେ ଦୁର୍ବୃତ୍ତ । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ । କ୍ରିପ୍ଟୋ କରେନ୍ସି କାରବାରରେ କରାଯାଇଛି ଅପହରଣ ।
୧୦ - ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏନ୍.ସି.ସି. ମହାନିର୍ଦ୍ଦେଶକ । ଓଡ଼ିଶାରେ ପ୍ରତିଷ୍ଠା ହେବ ତିନୋଟି କାଡେଟ୍ ଟ୍ରେନିଙ୍ଗ୍ ସେଣ୍ଟର । ଓଡ଼ିଶାରେ କାଡେଟ୍ ସଂଖ୍ୟା ୯୦ ହଜାରକୁ ବୃଦ୍ଧି ପାଇବ ।