Gun Mafia / NHରେ ଗୋଡ଼େଇ ଗୋଡ଼େଇ ବନ୍ଧୁକ ମାଫିଆଙ୍କୁ ମାଡ଼ି ବସିଲା SCU, ଦେଖନ୍ତୁ ଭିଡିଓ...

Key Points
ନଭେମ୍ବର ୧୫ ତାରିଖରେ ମାଳିସାହିରେ ବନ୍ଧୁକ ଡିଲ ବେଳେ ଗ୍ରାହକ ସାଜି ବନ୍ଧୁକ ମାଫିଆଙ୍କୁ ମାଡ଼ିବସିଥିଲା ପୋଲିସ ।
ସ୍ପେଶାଲ କ୍ରାଇମ ୟୁନିଟକୁ ପୁଣି ବଡ଼ ସଫଳତା । ଅପରାଧ ଘଟାଇବା ପୂର୍ବରୁ ୨ କୁଖ୍ୟାତ ବନ୍ଧୁକ ମାଫିଆ ଗିରଫ । ନୂଆ ବର୍ଷ ପ୍ଲାନ୍କୁ ଭଣ୍ଡୁର କଲା କମିସନରେଟ ପୋଲିସ । ବନ୍ଧୁକ ଡିଲ ପୂର୍ବରୁ NHରେ ଗୋଡ଼େଇ ଗୋଡ଼େଇ ବନ୍ଧୁକ ମାଫିଆଙ୍କୁ ମାଡ଼ି ବସିଲା ସ୍ପେଶାଲ କ୍ରାଇମ ୟୁନିଟ ।
ବଡ଼ଧରଣର ଅପରାଧ ଘଟାଇବା ପୂର୍ବରୁ ୨ କୁଖ୍ୟାତ ବନ୍ଧୁକ ମାଫିଆଙ୍କୁ ମାଡ଼ିବସିଲା ସ୍ପେଶାଲ କ୍ରାଇମ ୟୁନିଟ୍ । ୧୦ରୁ ଅଧିକ ସେମି ଅଟୋମେଟିକ ପିସ୍ତଲ ସହ ଗୋଟିଏ କାର୍ବାଇନ, ଜୀବନ୍ତ ଗୁଳି, କାର ଓ ମୋବାଇଲ ଫୋନ ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ୨ ବନ୍ଧୁକ ମାଫିଆଙ୍କ ଘର ଅନୁଗୁଳ ଓ ଢେଙ୍କାନାଳ ଅଂଚଳରେ । ଗିରଫ ବନ୍ଧୁକ ମାଫିଆ ହେଉଛନ୍ତି ସୁମନ୍ତ ନାୟକ ଓ ସୌଭାଗ୍ୟ ନାୟକ । ଗିରଫ ୨ ମାଫିଆଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ।
ଆବଶ୍ୟକ ପଡିଲେ ଉଭୟଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ତେବେ ପ୍ରଶ୍ନ ଉଠୁଛି ସେମାନେ ଏତେ ପରିମାଣର ବନ୍ଧୁକ କେଉଁଠୁ ଆଣିଥିଲେ ? କେତେ ଟଙ୍କାରେ ହୋଇଥାଆନ୍ତା ଡିଲ? ଏମାନଙ୍କ ସର୍ଦ୍ଦାର କିଏ ?
ଚେନ ସିଷ୍ଟମରେ ରାଜ୍ୟରେ ଚାଲୁଚି ବନ୍ଧୁକ ବିକ୍ରି । ଗତ ନଭେମ୍ବର ୧୫ ତାରିଖରେ ମାଳିସାହିରେ ବନ୍ଧୁକ ଡିଲ ବେଳେ ଗ୍ରାହକ ସାଜି ବନ୍ଧୁକ ମାଫିଆଙ୍କୁ ମାଡ଼ିବସିଥିଲା ପୋଲିସ । କାର୍ବାଇନ ଶହ ୫ଟି ମାଉଜର, ୯ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ଦୁଇ ବିହାରୀ ବନ୍ଧୁକ ମାଫିଆକୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ ।
ବେଆଇନ ବନ୍ଧୁକ ଚାଲାଣ ଅଭିଯୋଗରେ ସ୍ପେଶାଲ କ୍ରାଇମ ୟୁନିଟ ଗତ ଦୁଇ ମାସ ମଧ୍ୟରେ ୩୩ଟି ବେଆଇନ ବନ୍ଧୁକ ଜବତ କରିଥିବା ବେଳେ ୪ଟି ମାମଲା ରୁଜୁ କରି ୮ ଜଣ କୁଖ୍ୟାତ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ।