Sea Erosion / ପୁଣି କୂଳ ଲଙ୍ଘିଲା ସମୁଦ୍ର, ଘରେ ପଶିବ ସମୁଦ୍ରପାଣି, ଲୋକେ ଭୟଭୀତ
·50 mins ago·2 min read

Key Points
ସମୁଦ୍ର ଆଁରେ କେ.ଆର୍ଯ୍ୟପଲ୍ଲୀ
ମଧ୍ୟ ଗାଁ ରେ ପଶିପାରେ ସମୁଦ୍ର ପାଣି
ଦୁଇ କିଲୋମିଟର ଦୂରରେ ଥିବା ସମୁଦ୍ର ଗାଁକୁ ଲାଗିଲାଣି

ବ୍ରହ୍ମପୁର,୧୪/୦୮: ସମୁଦ୍ର ଆଁରେ କେ.ଆର୍ଯ୍ୟପଲ୍ଲୀ ଗାଁ। ବ୍ରହ୍କପୁରର ଆର୍ଯ୍ୟପଲ୍ଲିରେ ପୁଣିଥରେ କୂଳ ଲଂଘୁଛି ସମୁଦ୍ର । ବଡ଼ ବଡ଼ ଜୁଆର ସହ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ସମୁଦ୍ର ପାଣି ପଶିଥିବାରୁ ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ । ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ କୂଳ ଡେଇଁ ପାଣି ଘର ନିକଟକୁ ମାଡ଼ି ଆସିବା ସହ ପାଖରେ ଥିବା ଜଙ୍ଗଲ ଭିତରକୁ ମଧ୍ୟ ପଶିଯାଇଛି । ପୁର୍ବରୁ ଦୁଇକିଲୋ ମିଟର ଦୂରରେ ଥିବା ସମୁଦ୍ର ଗାଁକୁ ଆସି ଲାଗିଲାଣି। ସମୁଦ୍ରର ଉଗ୍ରରୂପ ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ବଡ଼ ବଡ଼ ଲହଡ଼ି ମାଡ଼ି ଆସିବା ସମୟରେ ଗଛ, ଲତା ଓ ଅନ୍ୟାନ୍ୟ ଜିନିଷକୁ ସମୁଦ୍ର ପାଣି ଭସାଇ ନେଉଥିବା ଦେଖିବାକୁ ମିଳିଛି । କୂଳ ନିକଟରେ ରହୁଥିବା ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି ।
ସେପଟେ ଲଘୁଚାପ ପ୍ରଭାବରେ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ସମୁଦ୍ରର ଅବସ୍ଥା ଆହୁରି ଅଶାନ୍ତ ହେବାର ଆଶଙ୍କା ରହିଛି। ବର୍ଷା ସାଙ୍ଗକୁ ଉଚ୍ଚ ଜୁଆର ଲୋକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଏଭଳି ସ୍ଥିତି ଦେଖାଦେଇଥିବାରୁ ସତର୍କ ରହିବାକୁ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ କରାଯାଉଛି । ବିଶେଷକରି ଉଚ୍ଚ ଜୁଆର ସମୟରେ ସମୁଦ୍ର କୂଳକୁ ନଯିବା ଏବଂ ପାଣି ଘର ନିକଟକୁ ପଶିଲେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଜରୁରୀ।
ପଢନ୍ତୁ ଏହି ଖବର: ସମୁଦ୍ର ଆଁରେ ଲୀନ ହେଲାଣି ଗାଁ,ଗାଁକୁ ସିଲ୍ କଲା ପ୍ରଶାସନ
ସେପଟେ ଛତ୍ରପୁରର ପୋଡମପେଟାରେ ଗୋଟିଏ ପରେ ଗୋଟିଏ ଘର ଗିଳୁଛି ସମୁଦ୍ର । ଶ୍ରୀହୀନ ହେବାକୁ ବସିଲାଣି ଜନବସତି । ଗାଁ ଗିଳିବା ପାଇଁ ମାଡ଼ି ଆସୁଛି ଲହଡ଼ି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ପୋଡମପେଟା ଗାଁରେ । କିଛି ଦିନ ପୂର୍ବରୁ ଗାଁର ୧୦ରୁ ଅଧିକ ଘର ସମୁଦ୍ରରେ ମିଶିଯାଇଥିଲା । ଗତ କିଛିଦିନ ତଳେ ଘର ଭାଙ୍ଗିରୁଜି ସମୁଦ୍ର ଗର୍ଭକୁ ଚାଲିଯାଇଛି । ଦରିଆର ଉଗ୍ରରୂପ ଦେଖି ଭୟଭୀତ ଗ୍ରାମବାସୀ । ଗାଁର ଏଭଳି ଦୃଶ୍ୟକୁ ଦେଖି ଜିଲ୍ଲା ପ୍ରଶାସନ ଆଲୋଚନା ପାଇଁ ସ୍ଥାନୀୟ ଗାଁ ଲୋକଙ୍କୁ ଡାକିଥିଲେ । ୬ ଖଣ୍ଡ ଗାଁର ଲୋକେ ଜିଲ୍ଲାପାଳଙ୍କୁ ନିଜର ଦୁଃଖ ଜଣାଇଛନ୍ତି । ବିଳମ୍ବ ନକରି ତୁରନ୍ତ ସମୁଦ୍ର କୂଳରେ ପଥର ବନ୍ଧ ସହ କଂକ୍ରିଟ ୱାଲ୍ କରାଇବାକୁ ଦାବି ହୋଇଛି । ନଚେତ କେବଳ ପୋଡ଼ମପେଟା ନୁହେଁ, ବରଂ ୧୨ ଖଣ୍ଡ ଗାଁ ଦିନେ ଅତୀତ ପାଲଟିଯିବ ବୋଲି ଆଶଙ୍କା କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories