Sea Erosion / ରାତିରେ ବଦଳିଗଲା ଦୃଶ୍ୟ, ସକାଳେ ଘର ଆଗରେ ସମୁଦ୍ର ପାଣି
·2 months ago·2 min read

Key Points
କୂଳ ଲଂଘୁଛି ସମୁଦ୍ର
ଗଞ୍ଜାମରେ କୂଳ ଲଂଘୁଛି ସମୁଦ୍ର
ଜନବସତି, ଚାଷଜମି ଓ ଜନଜୀବନ ବିପଦରେ
୧ କିଲୋମିଟର ମାଡ଼ି ଆସିଲାଣି ସମୁଦ୍ର
ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଛତ୍ରପୁର,୦୩/୦୭: କୂଳ ଲଂଘୁଛି ସମୁଦ୍ର । ଗଞ୍ଜାମ ବ୍ଲକ ପୋଡ଼ମପେଟାରେ ସମୁଦ୍ର କୂଳ ଲଙ୍ଘିଥିବା ଦେଖିବାକୁ ମିଳିଛି | ଯାହା ଫଳରେ ଭୟଭୀତ ଅବସ୍ଥାରେ ପାଳିବନ୍ଧ ପଂଚାୟତର ୩ ଖଣ୍ଡ ଗ୍ରାମର ଗ୍ରାମବାସୀ । ଏପରିକି ରାମଗଡ଼ ପଂଚାୟତର ୭ରୁ ଅଧିକ ଗ୍ରାମର ଜନସାଧାରଣ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି।
ଯେଉଁ ସମୁଦ୍ର ଗାଁଠୁ ୧ କିମି ଦୂରରେ ରହିଥିଲା ତାହା ଗାଁ ନିକଟରେ ପହଁଚିଯାଇଛି। ସମୁଦ୍ର ଆଁରେ ଲୀନ ହୋଇଯିବ କି ଜନ ବସତି? ଏପରି ପ୍ରଶ୍ନ ମଧ୍ୟ ଉଠିବା ଆରମ୍ଭ ହେଲାଣି । ସେପଟେ ପୋଡ଼ମପେଟାରେ ଥିବା ଗୋଟିଏ ପରେ ଗୋଟେ ଘର ସମୁଦ୍ରରେ ଲୀନ ହୋଇଗଲାଣି । ଦିନେ ସେଠାରେ ୫ ଶହ ଘର ଥିଲା ଏବେ ଆଉ କିଛିଟା ଘର ରହିଛି । ଯଦିଓ ସେଠାରେ ଜନବସତି ନାହିଁ ତଥାପି ସମୁଦ୍ର ଦିନକୁ ଦିନ କୂଳ ଲଂଘୁଛି । ଯାହାକି ଆଗାମୀ ଦିନରେ ଦୁଇ ପଂଚାୟତର ୧୭ ଖଣ୍ଡ ଗ୍ରାମ ପାଇଁ ବିପଦ ଆଣିଛି । ତୁରନ୍ତ ଏହାର ପ୍ରତିକାର ଗ୍ରାମବାସୀ ଦାବି କରିଛନ୍ତି ।
ଏହି ଘଟଣାକୁ ଗୁରୁତର ସହ ନେଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଦିନକୁ ଦିନ ଉପକୂଳରେ ବଢ଼ୁଥିବା ସମୁଦ୍ର କୂଳ କ୍ଷୟ ଓ କୂଳ ଲଙ୍ଘିବା ଘଟଣାକୁ ନେଇ ଚିଠିରେ ସେ ଦର୍ଶାଇଛନ୍ତି । ସମୁଦ୍ର ଦ୍ରୁତ ଗତିରେ ସ୍ଥଳଭାଗକୁ ମାଡ଼ି ଆସୁଥିବାରୁ ଜନବସତି, ଚାଷଜମି ଓ ଜନଜୀବନ ବିପଦରେ ପଡ଼ିଥିବା ସେ ଉଲ୍ଲେଖ କରିଛନ୍ତି। ଏହା ସହ ପ୍ରସିଦ୍ଧ ବଟେଶ୍ୱର ପୀଠର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି।
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ କହିଛନ୍ତି, ବର୍ତ୍ତମାନର ପରିସ୍ଥିତି ଜାରି ରହିଲେ ବଟେଶ୍ୱର ପୀଠ ସମେତ ଅନେକ ଗ୍ରାମ ସମୁଦ୍ର ଗର୍ଭରେ ବିଲୀନ ହେବାର ଆଶଙ୍କା ରହିଛି। ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ ସମୁଦ୍ର କୂଳ ସୁରକ୍ଷା ପ୍ରକଳ୍ପ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ପ୍ରଦାନ କରି କାର୍ଯ୍ୟ ଆରମ୍ଭ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ସେପଟେ ଦୀଘା ସମୁଦ୍ରରେ ଉଠିଲା ୧୦ ଫୁଟର ଉଚ୍ଚ ଜୁଆର । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ଜାରି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘା ଓ ତାଳସାରି ଉଦୟପୁରରେ ସମୁଦ୍ର ଅଶାନ୍ତ ହୋଇଥିବା
ଦେଖିବାକୁ ମିଳିଛି । ସୁରକ୍ଷା ବନ୍ଧ ଡେଇଁ ଦୀଘା ସହର ଭିତରକୁ ପାଣି ପଶିବା ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବା ଦେଖିବାକୁ ମିଳିଛି ।
ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକ ମାନେ ଦୀଘାକୁ ଆସିଥିବା ବେଳେ ଶୁକ୍ରବାର ଏଭଳି ସମୁଦ୍ରର କରାଳ ରୂପ ଦେଖି ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ନଯିବାକୁ ସମସ୍ତଙ୍କୁ ବାରଣ କରାଯାଇଛି । ସେପଟେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ ଉଦୟପୁର ତାଳସାରି ରଣସିଂହପୁର କୀର୍ତିନିଆ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଡାକବାଜି ଯନ୍ତ୍ର ଦ୍ୱାରା ସତର୍କତା ଆରମ୍ଭ କରାଯାଇଛି ।

Related Topics
Explore more stories